ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ଆବେଦନର ସର୍ବୋଚ୍ଚ ବୟସ ସୀମା ୩୨ରୁ ୩୮କୁ ବୃଦ୍ଧି | News Room Odisha

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ଆବେଦନର ସର୍ବୋଚ୍ଚ ବୟସ ସୀମା ୩୨ରୁ ୩୮କୁ ବୃଦ୍ଧି

ଭୁବନେଶ୍ୱର – ଓଡ଼ିଶା ପ୍ରଶାସନିକ ସେବା -ଓଏଏସ ପରୀକ୍ଷା ପାଇଁ ଆବେଦନ ବୟସ ସୀମାକୁ କୋହଳ କରିଛନ୍ତି ରାଜ୍ୟ ସରକାର।ଆବେଦନର ସର୍ବୋଚ୍ଚ ବୟସ ସୀମା ୩୨ରୁ ୩୮କୁ ବୃଦ୍ଧି କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ପ୍ରସ୍ତାବ ସମେତ ୧୩ଟି ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ।

ବୈଠକରେ ନିଆଯାଇଥିବା ଅନ୍ୟ ନିଷ୍ପତ୍ତି ମଧ୍ୟରେ ପ୍ରତି ପଞ୍ଚାୟତରେ ଜଗନ୍ନାଥ ସଂସ୍କୃତିର ପ୍ରଚାର କରାଯିବ । ଗ୍ରାମାଞ୍ଚଳରେ ଗଡ଼ିବ ଜଗନ୍ନାଥ ରଥ । ପ୍ରତି ଘରୁ ଅରୁଆ ଚାଉଳ ସଂଗ୍ରହ କରି ପଞ୍ଚାୟତରେ ରଖାଯିବ ଓ ତାହା ପଞ୍ଚାୟତରୁ ବ୍ଲକ୍‌କୁ ନେଇ ସେଠାରୁ ଚାଉଳ ପୁରୀକୁ ପଠାଯିବ ।