ଆଜି ଆସନ୍ତୁ ଜାଣିବା ରବିବାର ଦିନ ସୂର୍ଯ୍ୟ ପୂଜାକଲେ କଣ ରହିଛି ତାର ମହତ୍ତ୍ଵ | News Room Odisha

ଆଜି ଆସନ୍ତୁ ଜାଣିବା ରବିବାର ଦିନ ସୂର୍ଯ୍ୟ ପୂଜାକଲେ କଣ ରହିଛି ତାର ମହତ୍ତ୍ଵ

ରବିବାର ଦିନଟି ସୂର୍ଯ୍ୟ ଦେବଙ୍କୁ ସମର୍ପିତ କରାଯାଇଛି । ସୂର୍ଯ୍ୟ ଦେବଙ୍କ ଆଲୋକରେ ସାରା ବିଶ୍ବ ଆଲୋକିତ ହୋଇଥାଏ । ସୂର୍ଯ୍ୟଙ୍କ ଉପାସନା ଦ୍ୱାରା ଯଶ ଓ ଆରୋଗ୍ୟ ଲାଭ ହୋଇଥାଏ। ବାସ୍ତୁ ଶାସ୍ତ୍ରରେ ସୂର୍ଯ୍ୟଙ୍କ ଉପାସନାକୁ ନେଇ କିଛିଟା ଉପାୟ କୁହାଯାଇଛି ।

କୁହାଯାଇଛି ଯେ ଯଦି ଆପଣ ସପ୍ତାହ ସାରା ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିପାରୁ ନାହାନ୍ତି ତେବେ ରବିବାର ଦିନ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ । ଜଳ ଅର୍ପଣ କରିବା ସମୟ ରେ ସୂର୍ଯ୍ୟଙ୍କ ମନ୍ତ୍ର ( ଏହି ସୂର୍ଯ୍ୟ ସହଶ୍ରଅଂସେ ତେଜୋରାଶି ଜଗତପତେ।
ଅନୁକମ୍ପା ସ୍ୱ ମାଂ ଭକ୍ତୟା ଗୃହଣ ଅର୍ଘ୍ୟ ଶ୍ରୀ ଦିବାକରମ) ମନ୍ତ୍ର ଜପ କରନ୍ତୁ ।

ରବିବାର ଦିନ ଘରର ସମସ୍ତ ସଦସ୍ୟ ମଥାରେ ଚନ୍ଦନ ଲଗାଇବା ଉଚିତ୍ । ରବିବାର ଦିନ ବ୍ରତ କରିବା ଦ୍ୱାରା କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହୋଇଥାଏ ।

ରବିବାର ଦିନ ଆଦିତ୍ୟ ହୃଦୟ ମନ୍ତ୍ର ଜପ କରିବା ଉଚିତ୍ । କାରଣ ଚକ୍ଷୁ ଓ ଚର୍ମ ରୋଗରୁ ଆରାମ ମିଳିଥାଏ । ଗୁରୁଜନ ମାନଙ୍କ ଆଶୀର୍ବାଦ ଗ୍ରହଣ କରିବା ଉଚିତ୍ ।

ରବିବାର ଦିନ ତମ୍ବା ପାତ୍ର , ଗହମ , ତେଲ ଇତ୍ୟାଦି ଗରିବକୁ ଦାନ ଦିଆଯିବା ଉଚିତ୍ । ଏପରି କରିବା ଦ୍ବାରା ଘରୁ ବିପଦ ଦୂରେଇ ଯାଏ ।

ରବିବାର ଦିନ ପୀପଲ୍ ଗଛ ତଳେ ଦ୍ଵିପ ଜଳାଇବା ଦ୍ଵାରା ପଦ ପ୍ରତିଷ୍ଠା ଲାଭ ହୋଇଥାଏ ।

ସନ୍ତାନ ମାନଙ୍କ ଉନ୍ନତି ପାଇଁ ରବିବାର ଦିନ ନିଜ ଘରେ ବିଶେଷ ଭାବରେ ସୂର୍ଯ୍ୟ ପୂଜା କରନ୍ତୁ । ସୂର୍ଯ୍ୟ ଦେବ ଯଶ , ଆୟୁ , ସଫଳତା ଦେଇ ଥାଆନ୍ତି।