ପ୍ରକାଶ ପାଇଲା ଏଏସଓ ପରୀକ୍ଷା ଫଳ, ୭୮୭ ପରୀକ୍ଷାର୍ଥୀ ପାସ୍ | News Room Odisha

ପ୍ରକାଶ ପାଇଲା ଏଏସଓ ପରୀକ୍ଷା ଫଳ, ୭୮୭ ପରୀକ୍ଷାର୍ଥୀ ପାସ୍

କଟକ – ଓଡିଶା ଲୋକସେବା ଆୟୋଗ -ଓପିଏସସି ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପରୀକ୍ଷା ଫଳ ପ୍ରକାଶ ପାଇଛି। ମୋଟ ୭୮୭ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ୨୦୨୨ ମସିହା ଅଗଷ୍ଟ ୨୭ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ହୋଇଥିବା ସାକ୍ଷାତକାର ଏବଂ ପ୍ରମାଣପତ୍ର ଯାଞ୍ଚ ପରେ ଓପିଏସସି ଦ୍ୱାରା ଚୂଡାନ୍ତ ତାଲିକା ପ୍ରକାଶ ପାଇଛି । ପରିକ୍ଷାର୍ଥୀମାନେ ଓଡିଶା ଲୋକସେବା ଆୟୋଗର ୱେବସାଇଟ୍‌ www.opsc.gov.inକୁ ପରୀକ୍ଷା ଫଳ ଦେଖିପାରିବେ ।

ସୂଚନାଯୋଗ୍ୟ ଯେ, ୨୦୨୨ ଅଗଷ୍ଟ ୨୭ ତାରିଖରେ ୭୯୬ଟି ଏଏସଓ ପଦବୀ ନିମନ୍ତେ ଓପିଏସସି କର୍ତ୍ତୃପକ୍ଷ ଲିଖିତ ପରୀକ୍ଷା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୪ଟି ପେପରରେ ୪ ଶହ ମାର୍କର ପରୀକ୍ଷା ହୋଇଥିଲା । ଏଥିରେ ଯୋଗ୍ୟ ବିବେଚିତ ପରୀକ୍ଷାର୍ଥୀଙ୍କ ଦକ୍ଷତା ପରୀକ୍ଷା ହୋଇଥିଲା । ଦେଢ଼ ଗୁଣା ପିଲାଙ୍କୁ ଚୟନ କରାଯାଇଥିଲା । ଏଥର ଦେଢ଼ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ୮ ଶହ ପୋଷ୍ଟ ଥିବାରୁ ସେମାନଙ୍କ ମଧ୍ୟରୁ ମୋଟ ୧୧୦୪ଜଣଙ୍କୁ ସ୍କିଲ ଟେଷ୍ଟ ଓ ଚୂଡ଼ାନ୍ତ ଦସ୍ତାବିଜ ଯାଞ୍ଚ ନିମନ୍ତେ ଡକାଯାଇଥିଲା । ତେବେ ଫଳ ବାହାରିବା ପରେ କିଛି ପରୀକ୍ଷାର୍ଥୀ ଅସନ୍ତୋଷ ପ୍ରକାଶ କରିଥିଲେ । ହାଇକୋର୍ଟକୁ ମାମଲା ଯାଇଥିଲା । ପ୍ରଥମେ ଜଣିକିଆ ବେଞ୍ଚ ମେରିଟ ଲିଷ୍ଟ ରଦ୍ଦ ପାଇଁ ଆଦେଶ ଦେଇଥିଲେ ମଧ୍ୟ ଏହା ବିରୋଧରେ କିଛି ପରୀକ୍ଷାର୍ଥୀ ପିଟିସନ ଦାଖଲ କରିଥିଲେ। ଏହାର ଶୁଣାଣି କରି ଗତ ସପ୍ତାହରେ ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ପୂର୍ବରୁ ଜଣକିଆ ଖଣ୍ଡପୀଠ ଦେଇଥିବା ରାୟକୁ ଖାରଜ କରି ଓପିଏସସିଙ୍କ ଦ୍ୱାରା ପ୍ରକାଶିତ ମେରିଟ୍ ଲିଷ୍ଟକୁ କାଏମ ରଖିଥିଲେ ।