ବର୍ଷର ଶେଷ ଦିନ ପାଲଟିଲା ଜୀବନର ଶେଷ ଦିନ, ସଡ଼କ ଦୁର୍ଘଟଣାରେ ୨ ମୃତ | News Room Odisha

ବର୍ଷର ଶେଷ ଦିନ ପାଲଟିଲା ଜୀବନର ଶେଷ ଦିନ, ସଡ଼କ ଦୁର୍ଘଟଣାରେ ୨ ମୃତ

ବରଗଡ଼ :ବର୍ଷର ଶେଷ ଦିନରେ ସାଙ୍ଗ ସାଥି ଓ ପରିବାର ଲୋକଙ୍କ ସହିତ ପିକନିକ ଯାଇ ଜୀବନ ହାରିଲେ ୨ ଯୁବକ । । ମୃତକମାନେ ହେଲେ ବରଗଡ଼ ହାଟପଦା ୱାର୍ଡ ନମ୍ବର ୩ ର ବିଶ୍ୱନାଥ ସାହୁ (୪୦) ଓ ଅର୍ଜୁନ ରାଉତ(୪୭) । ଉଭୟେ ଆଜି ସକାଳୁ ଏକ ବାଇକ (ଓଡ଼ି ୧୭-ଏନ ୬୬୨୦) ରେ ହୀରାକୁଦକୁ ବଣଭୋଜି କରିବାକୁ ଯାଉଥିବା ସମୟରେ ନାଗେନପାଲି ଏଫସିଆଇ ଗୋଦାମ ସମ୍ମୁଖରେ ଏକ ଟ୍ରକ (ଓଆର୧୫-ଏମ୍ ୫୩୯୪) ବିପରୀତ ଦିଗରୁ ଆସି ତାଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ବରଗଡ଼ ଗ୍ରାମାଞ୍ଚଳ ଥାନା ପକ୍ଷରୁ ଏଆଇ ରେଣୁକ ଏକ୍କା ଘଟଣାର ଅଧିକ ଅନୁସନ୍ଧାନ କରୁଥିବା ନେଇ ସୂଚନା ମିଳିଛି । ମୃତ ବ୍ୟକ୍ତିଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଯୋଗାଇବା ସହିତ ଇଭରବ୍ରିଜ ପାଖରେ ବେଆଇନ ଭାବରେ ଶତାଧିକ ଟ୍ରକ ଛିଡା ରହୁଥିବା ବେଳେ ତାକୁ ହଟାଇବା ପାଇଁ ଅଞ୍ଚଳରେ ଦାବି ଉଠିଛି ।