ଓଡ଼ିଶା ଭିଜିଲାନ୍ସର ୨୦୨୩ ରିପୋର୍ଟ କାର୍ଡ: ଆୟ ବହିର୍ଭୂତ ସମ୍ପତ୍ତି ଠାବରେ ଦେଶରେ ପ୍ରଥମ, ୨୬୫ଟି ଅପରାଧିକ ମାମଲା ରୁଜୁ | News Room Odisha

ଓଡ଼ିଶା ଭିଜିଲାନ୍ସର ୨୦୨୩ ରିପୋର୍ଟ କାର୍ଡ: ଆୟ ବହିର୍ଭୂତ ସମ୍ପତ୍ତି ଠାବରେ ଦେଶରେ ପ୍ରଥମ, ୨୬୫ଟି ଅପରାଧିକ ମାମଲା ରୁଜୁ

ଭୁବନେଶ୍ୱର – ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ୨୦୨୩ ବର୍ଷର ରିପୋର୍ଟ କାର୍ଡ ଜାରି ହୋଇଛି। ୨୦୨୩ରେ ଆୟ ବହିର୍ଭୂତ ସମ୍ପତ୍ତି ଠାବ ମାମଲାରେ ଓଡ଼ିଶା ଭିଜିଲାନ୍ସ ଦେଶରେ ପ୍ରଥମ ସ୍ଥାନରେ ରହିଛି । ବିଦାୟୀ ବର୍ଷରେ ଭିଜିଲାନ୍ସ ପକ୍ଷରୁ ୨୬୫ଟି ଅପରାଧିକ ମାମଲା ରୁଜୁ ହୋଇଛି । ମୋଟ ୧୬୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଦୁର୍ନୀତି କରି ୫୮ ଜଣ କ୍ଲାସ-୧ ଅଫିସର ଧରାପଡ଼ିଥିବା ବେଳେ ୪୪ ଜଣ କ୍ଲାସ-୨ ଓ ୧୯୩ କ୍ଲାସ-୩ ଅଫିସରଙ୍କୁ ଗିରଫ କରାଯାଇଛି।

ଦୁର୍ନୀତିକୁ ପ୍ରୋତ୍ସାହନ ଦେଇ ଅଫିସରଙ୍କ ପତ୍ନୀମାନେ ବି ଭିଜିଲାନ୍ସ ଜାଲରେ ଫସିଛନ୍ତି। ୩୬ ଜଣ ଅଫିସରଙ୍କ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ କରିଛି ଭିଜିଲାନ୍ସ।