ତପ୍ତପାଣି ଘାଟିରେ ଓଲଟି ପଡ଼ିଲା ପିକନିକ ବସ୍, ୩୫ରୁ ଅଧିକ ଆହତ | News Room Odisha

ତପ୍ତପାଣି ଘାଟିରେ ଓଲଟି ପଡ଼ିଲା ପିକନିକ ବସ୍, ୩୫ରୁ ଅଧିକ ଆହତ

ବ୍ରହ୍ମପୁର – ତପ୍ତପାଣି ଘାଟିରେ ଏକ ପିକନିକ ବସ୍ ଓଲଟି ପଡ଼ିବାରୁ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ପିକନିକ ସାରି ଫେରୁଥିବା ବେଳେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଆହତଙ୍କ ଭିତରେ ବହୁ ମହିଳା ଓ ଛୋଟ ଛୁଆ ରହିଛନ୍ତି। ଆଜି ଅପରାହ୍ନରେ ଘଟିଛି ଏହି ସଡ଼କ ଦୁର୍ଘଟଣା । ଯାଜପୁର ଜିଲ୍ଲା ଦଶମନ୍ତପୁର ଅଞ୍ଚଳର ୬୦ରୁ ଅଧିକ ଲୋକ ପିକନିକ ପାଇଁ ଏକ ବସ୍‌ରେ ଜିରାଙ୍ଗ ଯାଇଥିଲେ। ଫେରିବା ବାଟରେ ତପ୍ତପାଣି ଘାଟିରେ ବସ୍‌ଟି ଓଲଟି ପଡିଥିଲା ।

ସ୍ଥାନୀୟ ଲୋକ ଓ ସାନଖେମୁଣ୍ଡି ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ୩୫ ଜଣଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଆହୁରି ଅନେକ ବସ୍‌ ଭିତରେ ଫସି ରହିଥିବା ଅନୁମାନ କରାଯାଉଛି।