ଡିଜିପି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡଙ୍ଗୀ  | News Room Odisha

ଡିଜିପି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡଙ୍ଗୀ 

କଟକ – ପୋଲିସ ଡିଜି ଭାବେ ଆଜି ଦାୟିତ୍ବ ନେଇଛନ୍ତି ଅରୁଣ ଷଡଙ୍ଗୀ । ସୁନୀଲ ବଂଶଲଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚର ଆଇପିଏସ ଅଫିସର ଅରୁଣ ଷଡ଼ଙ୍ଗୀଙ୍କ । ସେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିବା ବେଳେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଆଜି ଡିଜିପି ଭାବେ ଅବସର ନେଇଛନ୍ତି ସୁନୀଲ ବଂଶଲ । ରେଗୁଲାର ଡିଜି ନିଯୁକ୍ତି ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ଅରୁଣ ଷଡ଼ଙ୍ଗୀ ।

ତାଳଚେର ଏସଡିପିଓ ଭାବେ କ୍ୟାରିୟର ଆରମ୍ଭ କରିଥିଲେ ୧୯୯୦ ଆଇପିଏସ ଅଫିସର ଅରୁଣ ଷଡଙ୍ଗୀ । ରାୟଗଡା, ବ୍ରହ୍ମପୁର, ଜଗତସିଂହପୁରରେ SP ଥିଲେ ଅରୁଣ ଷଡ଼ଙ୍ଗୀ । ଭୁବନେଶ୍ବର ଓ ରାଉରେଲାରେ ମଧ୍ୟ SP ଥିଲେ । ଆଇଜି ଆଇନଶୃଙ୍ଖଳା ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ଡିଆଇଜି କ୍ରାଇମ୍‌ବ୍ରାଞ୍ଚ, ଉତ୍ତରାଞ୍ଚଳ କେନ୍ଦ୍ରୀୟ ରେଞ୍ଜ ଡିଆଜି, ଆଇଜି ଆଇନଶୃଙ୍ଖଳା ଥିବା ସମୟରେ ତାଙ୍କର କାର୍ଯ୍ୟ ସାରା ଓଡ଼ିଶାରେ ଚର୍ଚ୍ଚାରେ ଥିଲା।