ମୁଖ୍ୟ ଶାସନ ସଚିବଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ଅଧିକାରୀଗଣ | News Room Odisha

ମୁଖ୍ୟ ଶାସନ ସଚିବଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ଅଧିକାରୀଗଣ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଆଜି ଲୋକସେବା ଭବନସ୍ଥିତ ତାଙ୍କର କାର୍ଯ୍ୟାଳୟରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ , ପ୍ରମୁଖ ଶାସନ ସଚିବ , କମିଶନର ତଥା କର୍ମଚାରୀମାନେ ସାକ୍ଷାତ କରି ଇଂରାଜୀ ନବ ବର୍ଷ ୨୦୨୪ ଉପଲକ୍ଷେ ଏବଂ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କର୍ମଚାରୀମାନଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇ ସେମାନଙ୍କର ସୁଖ , ସମୃଦ୍ଧି କାମନା କରିଥିଲେ ଶାସନ ସଚିବ , ନିର୍ଦ୍ଦେଶକ , ଅଧିକାରୀ ଓ ଆଜି ତାଙ୍କର ଜନ୍ମ ଦିନ ହୋଇଥ‌ିବାରୁ ମଧ୍ଯ ସମସ୍ତ ସଚିବ , ଅଧିକାରୀ ଓ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ , ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ , ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂ , ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର , ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧ‌ିକାରୀ ନିକୁଞ୍ଜ ବିହାରୀ ଧଳ , ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ , ପ୍ରମୁଖ ଶାସନ ସଚିବ ଜି . ମାଥ୍ ଭାଥାନନ୍ , ପ୍ରମୁଖ ଶାସନ ସଚିବ ଡଃ . ଅରବିନ୍ଦ କୁମାର ପାଢୀ , ପ୍ରମୁଖ ଶାସନ ସଚିବ ଉଷା ପାଢୀ , ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ , ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ , କମିଶନର ତଥା ଶାସନ ସଚିବ ସୁଜାତା ଆର୍ . କାର୍ତ୍ତିକେୟନ , କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁ , କମିଶନର ତଥା ଶାସନ ସଚିବ ଆଶ୍ବତୀ ଏସ୍ , କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ଶାସନ ସଚିବ , ପୁଲିସ୍ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ , ବିଭିନ୍ନ ବିଭାଗର ନିର୍ଦ୍ଦେଶକ , ଅଧ‌ିକାରୀ ଓ କର୍ମଚାରୀ , ଅନ୍ୟ ନିଗମ ଓ ଅନୁଷ୍ଠାନର କର୍ତ୍ତୃପକ୍ଷମାନେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନାଙ୍କୁ ସାକ୍ଷାତ କରି ନବ ବର୍ଷର ଶୁଭେଚ୍ଛା ଜଣାଇଥିଲେ ।

ସେହିପରି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗଙ୍କୁ ମଧ୍ୟ ଅନ୍ୟ ସଚିବ , ନିର୍ଦ୍ଦେଶକ , ଅଧିକାରୀ ଓ କର୍ମଚାରୀମାନେ ସାକ୍ଷାତ କରି ନୂଆ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସେହିପରି ଆଜି ଲୋକସେବା ଭବନରେ ଅନ୍ୟ ସଚିବ , ଅଧ‌ିକାରୀ ତଥା କର୍ମଚାରୀମାନେ ପରସ୍ପରକୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଥିଲେ ।