ବେଆଇନ ଖଣି ଖନନ ମାମଲାରେ ଇଡିର ଆକ୍ସନ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀଙ୍କ ଠିକଣାରେ ଚଢ଼ାଉ | News Room Odisha

ବେଆଇନ ଖଣି ଖନନ ମାମଲାରେ ଇଡିର ଆକ୍ସନ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀଙ୍କ ଠିକଣାରେ ଚଢ଼ାଉ

ନୂଆଦିଲ୍ଲୀ: ବେଆଇନ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡ଼ଖଣ୍ଡ ଓ ରାଜସ୍ଥାନର ୧୦ରୁ ଅଧିକ ସ୍ଥାନରେ ଚଢ଼ାଉ କରିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମିଡିଆ ପରାମର୍ଶଦାତାଙ୍କ ସହ ଜିଲ୍ଲାପାଳ ଏବଂ ଡିଏସପିଙ୍କ ଠିକଣାରେ ବି ରେଡ୍ ହୋଇଛି । ତଦନ୍ତକାରୀ ସଂସ୍ଥାର ଅଚାନକ ଚଢ଼ାଉ ପରେ ଝାଡ଼ଖଣ୍ଡ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଛି । ଇଡି ପକ୍ଷପାତିତା କରୁଛି ବୋଲି ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ସୋରେନ୍ ଅଭିଯୋଗ କରିଥିଲେ।

ଇଡି ଟିମ୍ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମିଡିଆ ପରାମର୍ଶଦାତା ଅଭିଷେକ ପ୍ରସାଦଙ୍କ ଠିକଣାରେ ବି ତଲାସି କରୁଛି। ଇଡି ରେଡରେ ହଜାରିବାଗ ଡିଏସପି ରାଜେନ୍ଦ୍ର ଦୁବେ ଓ ସାହିବଗଞ୍ଜ କଲେକ୍ଟର ରାମ ନିୱାସଙ୍କ ଘରେ ଚଢାଉ ହୋଇଛି।

ବେଆଇନ ଖଣି ଖନନ ମାମଲାରେ ଇଡି ୭ ଥର ହେମନ୍ତ ସୋରେନଙ୍କୁ ସମନ କରିଥିଲେ ମଧ୍ୟ ସେ ଥରେ ବି ହାଜର ସୋଇନାହାଁନ୍ତି ।