୬ ଲକ୍ଷ ଟଙ୍କା ଓ ବନ୍ଧୁକ ସହ ଭିଜିଲାନ୍ସ୍‌‌ ହାତରେ ଡିଭିଏଫ କନେଷ୍ଟବଳ | News Room Odisha

୬ ଲକ୍ଷ ଟଙ୍କା ଓ ବନ୍ଧୁକ ସହ ଭିଜିଲାନ୍ସ୍‌‌ ହାତରେ ଡିଭିଏଫ କନେଷ୍ଟବଳ

ବୌଦ୍ଧ, ୦୧/୧୧ : ଭିଜିଲାନ୍ସ ଜାଲରେ ଡିଭିଏଫ କନେଷ୍ଟବଳ। ଲୋକଙ୍କ ଠାରୁ ଚାନ୍ଦା ଆଦାୟ କରୁଥିବା ଜଣେ କନେଷ୍ଟବଳକୁ ଗିରଫ କରିଛି ଫୁଲବାଣୀ ଭିଜିଲାନ୍ସ। ଗିରଫ ଅଭିଯୁକ୍ତି ହେଉଛନ୍ତି ବୌଦ୍ଧ ପୁଲିସ ରିଜର୍ଭ ଅଫିସରେ କାର୍ଯ୍ୟରତ ଡିଭିଏଫ କନେଷ୍ଟବଳ ହରିଶଚନ୍ଦ୍ର ସାହୁ। ଘର ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାଇ ହରିଶଚନ୍ଦ୍ର ବୌଦ୍ଧ ଜିଲ୍ଲାର ବଘିଆପଡ଼ା ଫାଣ୍ଡି ଅଞ୍ଚଳରେ କିଛିଦିନ ହେବ ଗଞ୍ଜେଇ ଚାଷ କରୁଥିବା ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା ତେବେ ଏନେଇ ଫୁଲବାଣୀ ଓ ବୌଦ୍ଧ ଭିଜିଲାନ୍ସର ୨ଟି ଟିମ ଗଠନ କରି ବଘିଆପଡ଼ା ଫାଣ୍ଡି ନିକଟରେ ଛକି ବସିଥିଲେ। ହରିଶଚନ୍ଦ୍ର ସ୍ଥାନୀୟ ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ଆଦାୟ କରି ଫାଣ୍ଡି ଭିତରେ ଜଣେ ସାଙ୍ଗଙ୍କ ରୁମରେ ରହିଥିଲେ। କିଛି ସମୟ ରହିବା ପରେ ଏକ ମୋଟର ବାହାରକୁ ସାଇକେଲ ମାଧ୍ୟମରେ ପଳାଇ ଯାଉଥିବା ବେଳେ ଟିମ ମାଡି ବସିଥିଲା।

ହରିଶଚନ୍ଦ୍ରଙ୍କ ଠାରୁ ୬ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ। ହରିଶଚନ୍ଦ୍ରଙ୍କ କଣ୍ଟାମାଳ ନିଜ ବାସଭବନ ସମତେ ବୌଦ୍ଧ ରେ ଥିବା ସରକାରୀ ଘର ଓ ଗଂଜାମ ଜିଲା ଜଗନ୍ନାଥ ପ୍ରସାଦ ରେ ଥିବା ଶଶୁର ଘର ଏକ କାଳିନ ଚଢାଉ ଜାରି ରଖୁଛି ଭିଜିଲାନ୍ସର ଅନ୍ୟ ଟିମ। ଏନେଇ ହରିଶଚନ୍ଦ୍ରଙ୍କ ନାମରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଫୁଲବାଣି ଭିଜିଲାନ୍ସ ବିଭାଗର ଡିଏସପି ହେମନ୍ତ କୁମାର ମହାନ୍ତି, ବୌଦ୍ଧ ଡିଏସପି ସୁରେଶ କମାର କହଁରଙ୍କ ସମତେ ଏଏସଆଇ ମନୋଜ କୁମାର ନାୟକ, କନେଷ୍ଟବଳ ଲୋକନାଥ ସାହୁ ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ ନିୟୋଜିତ ଥିଲେ।