ଭୁବନେଶ୍ୱର ଓ କଟକରେ ଲୁଟପାଟ କରୁଥିବା ତିନ୍ ପାହାଡ ଗ୍ୟାଙ୍ଗର ୮ ସଦସ୍ୟ ଗିରଫ  | News Room Odisha

ଭୁବନେଶ୍ୱର ଓ କଟକରେ ଲୁଟପାଟ କରୁଥିବା ତିନ୍ ପାହାଡ ଗ୍ୟାଙ୍ଗର ୮ ସଦସ୍ୟ ଗିରଫ 

ଭୁବନେଶ୍ୱର – କମିଶନରେଟ ପୋଲିସକୁ ମିଳିଛି ବଡ ସଫଳତା । କୁଖ୍ୟାତ ତିନ୍‌‌ ପାହାଡ ଗ୍ୟାଙ୍ଗର ୮ ଜଣ ଡକାୟତ କମିଶନରେଟ ପୋଲିସ ହାତରେ ଧରାପଡ଼ିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ ସିଂହ ଏହି ସୂଚନା ଦେଇଛନ୍ତି। ଗିରଫ ଡକାୟତମାନେ ସମସ୍ତେ ଝାଡଖଣ୍ଡ ଅଞ୍ଚଳର। ଏମାନେ ମୋ ବସ୍‌‌ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନ ଧରି ଲୁଟପାଟ କରିଆସୁଥିଲେ। ଭିନ୍ନ ଭିନ୍ନ କୌଶଳରେ ଟଙ୍କା, ମୋବାଇଲ ଆଦି ଲୁଟ୍‌‌ କରୁଥିଲେ। ଏମାନଙ୍କ ନିକଟରୁ ୨୨ଟି ଫୋନ ସହ ଏକ ଲକ୍ଷ ୩୦ ହଜାର ନଗଦ ଟଙ୍କା ଜବତ କରାଯାଇଛି। କଟକ ଓ ପୁରୀରେ ଏମାନେ ଶତାଧିକ ମୋବାଇଲ ଲୁଟ୍‌‌ରେ ସାମିଲ ରହିଛନ୍ତି। ଏମାନେ ମଧ୍ୟ ମୋବାଇଲ ଚୋରି କରି ୟୁପିଆଇ ହ୍ୟାକ୍‌‌ କରି ଆକାଉଣ୍ଟରୁ ଟଙ୍କା ଖାଲି କରିଦେଉଥିଲେ। ଧରାପଡ଼ିଥିବା ଗ୍ୟାଙ୍ଗ ସଦସ୍ୟଙ୍କ ନାଁରେ ରାଜ୍ୟ ଓ ରାଜ୍ୟ ବାହାରେ ଅନେକ ମାମଲା ରହିଛି। ଗ୍ୟାଙ୍ଗରେ ଆହୁରି ସଦସ୍ୟ ଅଛନ୍ତି ବୋଲି ସୂଚନା ମିଳିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।