ମୟୂରଭଞ୍ଜ ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା: ତେଲ ଟ୍ୟାଙ୍କର ଓ ଟ୍ରକ୍ ଧକ୍କା, ଡ୍ରାଇଭର ଜୀବନ୍ତ ଦଗ୍ଧ  | News Room Odisha

ମୟୂରଭଞ୍ଜ ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା: ତେଲ ଟ୍ୟାଙ୍କର ଓ ଟ୍ରକ୍ ଧକ୍କା, ଡ୍ରାଇଭର ଜୀବନ୍ତ ଦଗ୍ଧ 

ବାରିପଦା – ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ୱର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା । ଏକ ତେଲ ଟ୍ୟାଙ୍କର ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି । ଟ୍ରକ୍ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ତେଲ ଟ୍ୟାଙ୍କର ଜଳିଯାଇଥିଲା । ଡ୍ରାଇଭର ଜଣକ ଟ୍ରକ ଭିତରୁ ବାହାରି ନପାରି ପ୍ରାଣ ହରାଇଛନ୍ତି । ତେବେ ଅନ୍ୟ ଏକ ଟ୍ରକ୍ ଡ୍ରାଇଭର ଟ୍ରକ ମଧ୍ୟରେ ଚାପି ହୋଇ ରହିଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣି ଘାଟିରେ ଆଜି ସକାଳ ପ୍ରାୟ ୮ ସମୟରେ ଏକ ତେଲ ଟ୍ୟାଙ୍କର-ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲେ। ଦୁର୍ଘଟଣା ଫଳରେ ଭାରସାମ୍ୟ ହରାଇ ଉଭୟ ଗାଡି ଘାଟି ରାସ୍ତା କଡକୁ ଓଲଟିପଡିଥିଲେ। ଫଳରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ହିଁ ଡ୍ରାଇଭର ଜଣଙ୍କ ଜଳିଯାଇଥିଲେ। ମୃତ ଡ୍ରାଇଭରଙ୍କ ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ।