ଲକ୍ଷାଧିକ ନଗଦ ଟଙ୍କା ସହ ଫରେଷ୍ଟ ଗାର୍ଡଙ୍କୁ ଧରିଲା ଭିଜିଲାନ୍ସ  | News Room Odisha

ଲକ୍ଷାଧିକ ନଗଦ ଟଙ୍କା ସହ ଫରେଷ୍ଟ ଗାର୍ଡଙ୍କୁ ଧରିଲା ଭିଜିଲାନ୍ସ 

ନବରଙ୍ଗପୁର – ଲକ୍ଷାଧିକ ଟଙ୍କା ସହ ଫରେଷ୍ଟ ଗାର୍ଡଙ୍କୁ ଧରିଲା ଭିଜିଲାନ୍ସ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଜଗନ୍ନାଥପୁର ବିଟ୍‌ର ଫରେଷ୍ଟ ଗାର୍ଡ ବିନାୟକ ଚନ୍ଦ୍ର ସୋରୀଙ୍କୁ ଧରିଛି ଭିଜିଲାନ୍ସ । ବାଇକରେ ଯାଉଥିବା ବେଳେ ହାତୀଗୁଡ଼ା ନିକଟ ଇନ୍ଦ୍ରାବତୀ ବ୍ରିଜ୍‌ ଉପରେ ଫରେଷ୍ଟ ଗାର୍ଡଙ୍କୁ ଅଟକାଇ ଥିଲା ଭିଜିଲାନ୍ସ ଟିମ୍। ତାଙ୍କଠାରୁ ୧ ଲକ୍ଷ ୫୩ ହଜାର ଟଙ୍କା ମିଳିଥିଲା । ଏଣେ ପରିମାଣ ଟଙ୍କା କୁଆଡୁ ଆସିଲା ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଅଟକ ରଖାଯାଇଛି । ଏହା ପରେ ତାଙ୍କର ନବରଙ୍ଗପୁର ସ୍ଥିତ ଭଡ଼ା ଘରେ ଚଢାଉ କରିଛି ଭିଜିଲାନ୍ସ।