ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିର ସମ୍ବଲପୁର ଜିଲ୍ଲା କମିଟି ଉପଦେଷ୍ଟା ବହିଷ୍କୃତ | News Room Odisha

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିର ସମ୍ବଲପୁର ଜିଲ୍ଲା କମିଟି ଉପଦେଷ୍ଟା ବହିଷ୍କୃତ

ଭୁବନେଶ୍ୱର – ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବିଜେଡିରୁ ବିଦା ହୋଇଛନ୍ତି ସମ୍ବଲପୁରର ଜଣେ ନେତା । ବିଜେଡିର ସମ୍ବଲପୁର ଜିଲ୍ଲା କମିଟିର ଉପଦେଷ୍ଟା ପ୍ରମୋଦ ରଥଙ୍କୁ ଦଳରୁ ବହିଷ୍କାର କରାଯାଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରମୋଦଙ୍କୁ ବହିଷ୍କାର କରାଯାଇଥିବା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛନ୍ତି।