ଶନିବାର ଦିନ ଶନିଦେବଙ୍କୁ ପୂଜା କରାଯିବା ଦ୍ୱାରା ଆମର କଣ ସବୁ ଲାଭ ହୋଇଥାଏ ? | News Room Odisha

ଶନିବାର ଦିନ ଶନିଦେବଙ୍କୁ ପୂଜା କରାଯିବା ଦ୍ୱାରା ଆମର କଣ ସବୁ ଲାଭ ହୋଇଥାଏ ?

ଶନିବାର ଦିନ ବିଶେଷ ଭାବରେ ଶନି ଦେବଙ୍କୁ ପୂଜା ବିଶେଷ ଭାବରେ କରାଯାଇ ଥାଏ l ଏହାର କାରଣ ହେଉଛି ସେ ସମସ୍ତ ସଙ୍କଟରୁ ଆମକୁ ରକ୍ଷା କରି ଥାଆନ୍ତି l ଶନି ଦେବଙ୍କୁ ନ୍ୟାୟର ଦେବତା କୁହାଯାଇଥାଏ l ଶନି ମହାଦସା ଭୋଗ କରୁଥିବା ବ୍ୟକ୍ତିଙ୍କୁ ଶନିବାର ବ୍ରତ ରଖିବା ଆବଶ୍ୟକ l ଯଦି ଆପଣ ଠିକ କର୍ମ କରିବେ ତେବେ ଆପଣଙ୍କୁ ଭଲ ଫଳ ପ୍ରାପ୍ତି ହୋଇଥାଏ l ସେଥିପାଇଁ ଶନିବାର ଦିନ ବିଶେଷ ଭାବରେ କିଛିଟା ଜିନିଷକୁ ଦାନ କରିବା ଆବଶ୍ୟକ l ସେଥିପାଇଁ ଶନି ଦେବ ଙ୍କ ର ଅତି ପ୍ରିୟ ଅଟେ କଳା ରାଶି, କଳା ବସ୍ତ୍ର, କଳା ବିରି ଇତ୍ୟାଦି । ଏହି ଜିନିଷ ଗୁଡ଼ିକ ଶନିବାର ଦିନ ଦାନ କରିବା ସହ ଶନିଦେବ ଙ୍କ ନିକଟରେ ଅର୍ପଣ କରିବା ଉଚିତ୍ ।

୧) ଶନିବାର ଦିନ ଶନିଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆୟୁ ବୃଦ୍ଧି ପାଇଁ ଓସ୍ତ ଗଛ ନିକଟରେ ପ୍ରାତଃ କାଳରେ ସ୍ନାନ କରି ସାରି ଜଳ ଅର୍ପଣ କରିବା ଆବଶ୍ୟକ । କୁହାଯାଏ ଯେ ଏପରି କରିବା ଦ୍ବାରା ସନ୍ତାନ ମାନଙ୍କର ଆୟୁ ବୃଦ୍ଧି ହୋଇଥାଏ ।

୨) ଜୀବନରେ ଉନ୍ନତି ପାଇଁ ଶନିବାର ଦିନ ଶନିଦେବ ଙ୍କ ଲୁହାରେ ନିର୍ମିତ ମୂର୍ତ୍ତିକୁ ରାଶି ତେଲରେ ଅଭିଷେକ କରିବା ଉଚିତ୍ । ସମସ୍ତ ଅନୁବିଧା ଦୂର ହୋଇ ଜୀବନରେ ସଫଳତା ମିଳିଥାଏ ।

୩) ଶନିବାର ଦିନ ବ୍ରତ କରି କଳା କୁକୁରକୁ ରୁଟି ଖାଇବାକୁ ଦେଲେ ଶନିଙ୍କ ପ୍ରକୋପ ରୁ ରକ୍ଷା ମିଳିବା ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।

୪) ଆମେ ଯଦି ଶନିବାର ଦିନ ସକାଳେ ଓ ସନ୍ଧ୍ୟାରେ ହନୁମାନଙ୍କ ନିକଟରେ ଲବଙ୍ଗ ଓ କର୍ପୁର ରେ ଆଳତୀ କରିବା ତେବେ ଜୀବନରୁ ସମସ୍ତ ସଙ୍କଟ ଦୁର ହୋଇଯିବ ।

୫) ଶାସ୍ତ୍ର ଅନୁସାରେ ଯଦି ଆପଣ ଶନିବାର ଦିନ ହନୁମାନ ଓ ଶନିଦେବଙ୍କୁ ତମ୍ବା ଦ୍ଵିପ ରେ ଆଳତୀ କରିବେ, ତେବେ ଅଟକି ରହିଥିବା ସମସ୍ତ କାର୍ଯ୍ୟ ବିନା ବାଧାରେ ହୋଇଯିବ ।