ଡ଼୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ  | News Room Odisha

ଡ଼୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ 

ଭୁବନେଶ୍ୱର – କେନ୍ଦ୍ର ସରକାରଙ୍କ ବିବାଦୀୟ ହିଟ୍ ଆଣ୍ଡ ରନ୍ ଆଇନ ବିରୋଧରେ ଆଜି ରାଜ୍ୟରେ ଷ୍ଟିୟରିଂ ଛାଡ ଆନ୍ଦୋଳନ କରୁଛି ଡ୍ରାଇଭର ସଂଘ । ଏହାର ପ୍ରଭାବ ଦେଖିବାକୁ ମିଳିଛି । କଟକରେ ବସ୍‌ ଚଳାଚଳ ବନ୍ଦ ରହିଛି। ନେତାଜୀ ବସ୍ ଟର୍ମିନାଲରୁ ବସ୍ ଚଳାଚଳ କରୁନାହିଁ। କେବଳ ମୋ ବସ୍ ଓ ସରକାରୀ ବସ୍ ହିଁ ଚାଲୁଛି । ବସ୍ ଚଳାଚଳ ବନ୍ଦ ଯୋଗୁଁ ଅପେକ୍ଷାରତ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି ।