ମାଲକାନଗିରି ବିମାନବନ୍ଦରରେ ବିମାନ ଅବତରଣର ଟ୍ରାଏଲ ରନ୍ | News Room Odisha

ମାଲକାନଗିରି ବିମାନବନ୍ଦରରେ ବିମାନ ଅବତରଣର ଟ୍ରାଏଲ ରନ୍

ମାଲକାନଗିରି – ମାଲକାନଗିରିରେ ବିମାନ ସେବାର ହେଲା ଟ୍ରାଏଲ ରନ୍ । ନବନିର୍ମିତ ମାଲକାନଗିରି ବିମାନ ବନ୍ଦରରେ ବିମାନ ଅବତରଣର ଟ୍ରାଏଲ ଅନୁଷ୍ଠିତ ହୋଇଛି ।

ଆଜି ପ୍ରଥମ ଥର ପାଇଁ ପରୀକ୍ଷା ମୂଳକ ଭାବେ ଅବତରଣ କରିଛି ଭି.ଟି ୧୦୦ ବିମାନ । ମାଲକାନଗିରିରୁ ବିମାନ ସେବା ଆରମ୍ଭ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟର ପହଞ୍ଚିଛି । ବିମାନବନ୍ଦରରର ରନ୍ ୱେ କାମ ଶେଷ ହୋଇଛି। ଅନ୍ୟାନ୍ୟ ଆନୁଷଙ୍ଗିକ କାମ ବି ପ୍ରାୟତଃ ଶେଷ ହୋଇଛି। ଆଜି ବିମାନ ଉଡାଣ ଟ୍ରାଏଲ ରନ୍ ହୋଇଥିବାରୁ ଚଳିତ ମାସରେ ମାଲକାନଗିରିରୁ ବିମାନ ସେବା ଆରମ୍ଭ ହେବା ସମ୍ଭାବନା ରହିଛି।