ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି, ୩ ମୃତ  | News Room Odisha

ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି, ୩ ମୃତ 

ଝାରସୁଗୁଡ଼ା -ଝାରସୁଗୁଡା ଜିଲ୍ଲାରେ ଭୋରରେ ସଂଘଟିତ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଜଣ ପ୍ରାଣ ହରାଇଛନ୍ତି। ବେଲପାହାଡ଼ ଥାନା ଅନ୍ତର୍ଗତ ଗୌରପଡ଼ା ନିକଟରେ ତିନି ଜଣ ବାଇକ୍ ଆରୋହୀଙ୍କ ଉପରେ ଅଜଣା ଗାଡ଼ି ମାଡିଯାଇଛି । ଘଟଣାସ୍ଥଳରେ ହିଁ ତିନି ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଏ ଯାଏଁ ମୃତକଙ୍କ ପରିଚୟ ମିଳି ପାରିନାହିଁ।

ସୂଚନା ଅନୁସାରେ ତିନିଜଣ ଯୁବକ ଏକ ବାଇକ୍‌ରେ ଯିବାବେଳେ ସେମାନଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜକୁ ଯାଞ୍ଚ କରି ଦୁର୍ଘଟଣା ଘଟାଇଥିବା ଗାଡିର ଡ୍ରାଇଭରକୁ ଧରିବା ପାଇଁ ଉଦ୍ୟମ କରୁଛି ପୋଲିସ।