ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ସୁପର୍ କପ୍ ଫୁଟବଲ | News Room Odisha

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ସୁପର୍ କପ୍ ଫୁଟବଲ

ଭୁବନେଶ୍ୱର – ଆଇକନିକ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆଉ ଏକ ଜାତୀୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ମଜା ନେଇପାରିବେ କ୍ରୀଡ଼ାପ୍ରେମୀ। ଆଜିଠାରୁ କଳିଙ୍ଗରେ ଆରମ୍ଭ ହେଉଛି ଘରୋଇ ଫୁଟବଲର ଆଉ ଏକ ଅଗ୍ରଣୀ ଟୁର୍ଣ୍ଣାମେଣ୍ଟ – ସୁପର୍ କପ୍ ର ଚତୁର୍ଥ ସଂସ୍କରଣ । ଏ ବର୍ଷଠାରୁ ଟୁର୍ଣ୍ଣାମେଣ୍ଟର ନାଁ ପରିବର୍ତ୍ତନ କରାଯାଇଛି। ଏଣିକି ଏହା କଳିଙ୍ଗ ସୁପରକପ୍ ନାଁରେ ଖେଳାଯିବ । ଆଜିଠୁ ଆରମ୍ଭ ହେଉଥିବା ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଭାଗ ନେଉଛନ୍ତି। ଇଣ୍ଡିଆନ ସୁପରଲିଗର ସମସ୍ତ ୧୨ଟି ଦଳ ସହ ଆଇ ଲିଗର ଚାରିଟି ଦଳ କଳିଙ୍ଗ ସୁପର କପରେ ଅଂଶଗ୍ରହଣ କରୁଛନ୍ତି । ଉଦଘାଟନୀ ମ୍ୟାଚ ଇଷ୍ଟବେଙ୍ଗଲ ଏଫସି ଓ ହାଇଦ୍ରାବାଦ ଏଫସି ମଧ୍ୟରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି। ପ୍ରତି ଗ୍ରୁପରେ ୪ଟି ଲେଖାଏଁ ଦଳ ସ୍ଥାନ ପାଇଛନ୍ତି। ପ୍ରତି ଗ୍ରୁପରେ ଶୀର୍ଷ ସ୍ଥାନ ହାସଲ କରିବା ଦଳ ସେମିଫାଇନାଲକୁ ଉନ୍ନୀତ ହେବେ । ଚଳିତମାସ ୨୮ ତାରିଖରେ ଖେଳାଯିବ ଫାଇନାଲ ମ୍ୟାଚ।

ଗତଥରର ଚାମ୍ପିୟନ ଓଡ଼ିଶା ଏଫସି ଟାଇଟଲ ବଜାୟ ଲକ୍ଷ୍ୟରେ ଖେଳିବ । ଦଳ ଏଥର ଗ୍ରୁପ୍ ‘ଡି’ରେ ଗୋଆ ଏଫସି , ବେଙ୍ଗାଳୁରୁ ଏଫସି ଓ ଇଣ୍ଟର କାଶୀ କ୍ଳବ ସହ ସ୍ଥାନ ପାଇଛି । ଆସନ୍ତା ୧୨ ତାରିଖରେ ଇଣ୍ଟର କାଶୀ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଓଡ଼ିଶା ଏଫସି ।