ନୟାଗଡ଼ ଏମଭିଆଇଙ୍କ କୋଟି କୋଟି ଟଙ୍କାର ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ | News Room Odisha

ନୟାଗଡ଼ ଏମଭିଆଇଙ୍କ କୋଟି କୋଟି ଟଙ୍କାର ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ

ଭୁବନେଶ୍ୱର – ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କର କୋଟି କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠାବ କରିଛି ରାଜ୍ୟ ଭିଜିଲାନ୍ସ । ଭୁବନେଶ୍ୱରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ହିଁ ପଞ୍ଚାନନଙ୍କ ୩୧ଟି ପ୍ଲଟ୍ ରହିଛି । ସେଥିରୁ ୧୦ଟି ବେନାମୀ ବୋଲି ଜଣାପଡିଛି ଅଛି । ଶୈଳଶ୍ରୀ ବିହାର ଓ ପାଣ୍ଡରାରେ ପଞ୍ଚାନନଙ୍କ କୋଠା ବି ଠାବ କରିଛି ଭିଜିଲାନ୍ସ । ୭୨ଲକ୍ଷ ଟଙ୍କା ଡିପୋଜିଟ୍ ମଧ୍ୟ ଚଢ଼ାଉ ବେଳେ ଠାବ ହୋଇଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାନନଙ୍କ ସାଲେପୁରସ୍ଥିତ ପୈତୃକଘର ସମେତ ମୋଟ ୭ଟି ସ୍ଥାନରେ ଚଢ଼ଉ କରିଥିଲା ଭିଜିଲାନ୍ସ। ତାଙ୍କର ଆୟ ବହିର୍ଭୂତ କୋଟି କୋଟି ଟଙ୍କାର ସମ୍ପତ୍ତି ଭିଜିଲାନ୍ସକୁ ତାଜୁବ କରିଛି ।