ଶ୍ରୀ ରାମଚରିତ ମାନସ : ବାଲ କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ : ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଵୈଠୋରି ଆସନ ଆରତୀ କରି ନିରଖି ବରୁ ସୁଖୁ ପାଵହୀଂ ।
ମନି ବସନ ଭୁଷନ ଭୁରି ବାରହିଂ ନାରି ମଂଗଲ ଗାଵହୀଂ ॥
ବ୍ରହ୍ମାଦି ସୁରବର ବିପ୍ର ବେଷ ବନାଇ କୌତୁକ ଦେଖହିଂ।
ଅବଲୋକି ରଘୁକୁଲ କମଲ ରବି ଛବି ସୁଫଲ ଜୀବନ ଲେଖହୀଂ ॥

ଭାବାର୍ଥ – ଶ୍ରୀରାମଙ୍କୁ ଆସନରେ ବସାଇ ସଧବା ମା’ମାନେ ଆଳତୀ କରି ବନ୍ଦାପନା କଲେ ଆଉ ବରକୁ ନିକଟରୁ ଦେଖି ବହୁତ ଖୁସି ହେଲେ । ଅନେକ ପ୍ରକାରର ମଣି, ଆଭୂଷଣ ଓ ସୁନ୍ଦର ବସ୍ତ୍ରାଦି ବନ୍ଦାପନାରେ ସମର୍ପଣ କରି ମଙ୍ଗଳ ଗୀତ ଗାଇଲେ । ବ୍ରହ୍ମାଦି ଶ୍ରେଷ୍ଠ ଦେବଗଣ ବ୍ରାହ୍ମଣଙ୍କ ବେଶରେ ଆସି ଏହି ସବୁ ଆନନ୍ଦମୟ ଦୃଶ୍ୟକୁ ଦେଖୁଥାଆନ୍ତି । ସମସ୍ତ ଦେବତା ରଘୁକୁଳରୂପୀ ପଦ୍ମଫୁଲ କୁ ପ୍ରଫୁଲ୍ଲିତ କରୁଥିବା ସ୍ବର୍ଯ୍ୟରୂପି ଶ୍ରୀରାମଚନ୍ଦ୍ରଙ୍କୁ ବର ବେଶରେ ଦେଖି ନିଜ ଜୀବନ ଯେପରି ଧନ୍ୟ ହୋଇଗଲା ସେହିପରି ଅନୁଭବ କଲେ ।