ମନ୍ତ୍ରୀ ପ୍ରତାପ ଦେବଙ୍କ ମା' ଆଳିର ପୂର୍ବତନ ବିଧାୟିକା ସୁଶ୍ରୀ ଦେବୀଙ୍କ ଦେହାନ୍ତ | News Room Odisha

ମନ୍ତ୍ରୀ ପ୍ରତାପ ଦେବଙ୍କ ମା’ ଆଳିର ପୂର୍ବତନ ବିଧାୟିକା ସୁଶ୍ରୀ ଦେବୀଙ୍କ ଦେହାନ୍ତ

କଟକ – ଆଳିର ପୂର୍ବତନ ବିଧାୟିକା ଓ ପୂର୍ବତନ ରାଜ୍ୟସଭା ସଦସ୍ୟ ସୁଶ୍ରୀ ଦେବୀଙ୍କ ଦେହାନ୍ତ ହୋଇଯାଇଛି । ସେ ମନ୍ତ୍ରୀ ପ୍ରତାପ ଦେବଙ୍କ ମା’ । ଆଜି କଟକ ସ୍ଥିତ ବାସଭବନରେ ୭୩ ବର୍ଷ ବୟସରେ ଆଖି ବୁଜିଛନ୍ତି ସୁଶ୍ରୀ ଦେବୀ । ୧୯୭୧ରେ ରାଜନୀତିରେ ପ୍ରବେଶ କରିଥିଲେ ସୁଶ୍ରୀ ଦେବୀ । ୧୯୯୦ରେ ତତ୍କାଳୀନ ଜନତା ଦଳ ଟିକେଟରେ ସେ ଦଶମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଆଳି ନିର୍ବାଚନ ମଣ୍ଡଳୀରୁ ସୁଶ୍ରୀ ଦେବୀ କଂଗ୍ରେସ ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକଙ୍କୁ ପରାସ୍ତ କରିଥିଲେ। ପରବର୍ତ୍ତୀ ସମୟରେ ସେ ରାଜ୍ୟସଭା ସଦସ୍ୟ ମଧ୍ୟ ଥିଲେ ।