ପ୍ରେସକ୍ରିପସନ ସ୍ପଷ୍ଟ ଭାବେ ଲେଖିବାକୁ ଡାକ୍ତରମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ  | News Room Odisha

ପ୍ରେସକ୍ରିପସନ ସ୍ପଷ୍ଟ ଭାବେ ଲେଖିବାକୁ ଡାକ୍ତରମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ 

ଭୁବନେଶ୍ୱର – ହାଇକୋର୍ଟଙ୍କ ନିର୍ଦ୍ଦେଶ ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ପ୍ରେସକ୍ରିପସନ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଡାକ୍ତରୀ ଚିଠା, ପିଏମ୍‌ ରିପୋର୍ଟ ପ୍ରାଞ୍ଜଳ ଭାବେ ଓ ସାଧାରଣ ଲୋକେ ବୁଝିପାରିବା ଭଳି ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ୟାପିଟାଲ ଲେଟର, ଟାଇପ୍‌ କିମ୍ବା ଗୋଲ୍‌ ଗୋଲ୍‌ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲେଖା ଏମିତି ହେବା ଦରକାର ଯେମିତି କିଛି ସଂଶୟ ଉପୁଜୁନଥିବ ବୋଲି ନିର୍ଦ୍ଦେଶନାମାରେ ଲେଖାଯାଇଛି।

ଡାକ୍ତରଙ୍କ ହାତ ଲେଖା ପ୍ରେସ୍‌କ୍ରିପ୍‌ସନକୁ ନେଇ ଅନେକ ସମୟରେ ସଂଶୟ ରହୁଥିଲା । ପ୍ରେସ୍‌କ୍ରିପ୍‌ସନ୍‌, ଶବ ବ୍ୟବଚ୍ଛେଦ ଓ ଅନ୍ୟାନ୍ୟ ରିପୋର୍ଟଗୁଡ଼ିକ ସାଧାରଣ ଲୋକ କ’ଣ ପ୍ରାଶାସନିକ ଅଧିକାରୀମାନଙ୍କୁ ବି ପଢ଼ିବାରେ ଅସୁବିଧା ହେଉଥିଲା । ଏଥିରେ ଉଦ୍‌ବେଗ ପ୍ରକାଶ କରିଥିଲେ ହାଇକୋର୍ଟ। ପ୍ରେସ୍‌କ୍ରିପ୍‌ସନ୍‌ ଓ ଅନ୍ୟାନ୍ୟ ରିପୋର୍ଟ ସ୍ପଷ୍ଟ ଅକ୍ଷରରେ ଲେଖିବାକୁ ରାଜ୍ୟରେ କାର୍ଯ୍ୟରତ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟ ପରାମର୍ଶ ଦେଇଥିଲେ।