ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭିଡିଓ କନ୍‌ଫରେସିଂ ବୈଠକ , ନିର୍ବାଚନ ପରିଚାଳନା ନେଇ ଆଲୋଚନା | News Room Odisha

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭିଡିଓ କନ୍‌ଫରେସିଂ ବୈଠକ , ନିର୍ବାଚନ ପରିଚାଳନା ନେଇ ଆଲୋଚନା

ଭୁବନେଶ୍ୱର – ଆଗକୁ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ନିର୍ବାଚନକୁ ଅବାଧ , ଅପରାଧମୁକ୍ତ , ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବାକୁ ଡିଜିପି ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତର ନିର୍ବାଚନ ଆୟୋଗଙ୍କ ସମସ୍ତ ନିୟମାବଳୀକୁ ସଠିକଭାବେ ପାଳନ କରିବାକୁ ଡିଜିପି ଅରୁଣ ଷଡ଼ଙ୍ଗୀ ଗୁରୁତ୍ୱାରୋପ କରିଛନ୍ତି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖୁ ସମ୍ବେଦନଶୀଳ ସ୍ଥାନଗୁଡିକରେ ବ୍ଲକିଙ୍ଗ ଓ ଗାଡି ମଟରର ଯାଞ୍ଚ କରିବାକୁ ଡିଜିପି ସମସ୍ତ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବାକୁ ମଧ୍ୟ ସେ ପୋଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଆଜିର ଏହି ବୈଠକରେ ଡିଜିପି ରାଜ୍ୟର ସମସ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ସମସ୍ତ ଆଇ.ଜି ଓ ଡିଆଇଜିମାନଙ୍କ ସହ ଭିଡିଓ କନଫରେନସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ ।

ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଏଚ୍.ଆର୍.ପି.ସି ) , ନିର୍ଦ୍ଦେଶକ ( ଏସ୍.ସି.ଆର.ବି ) , ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଏସଏପି ) , ଗୁଇନ୍ଦା ନିର୍ଦ୍ଦେଶକ , ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ମୁଖ୍ୟାଳୟ ) , ପୋଲିସ କମିଶନର ( କଟକ – ଭୁବନେଶ୍ବର ) , ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଇନ ଓ ଶୃଙ୍ଖଳା ) , ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଅପରେସନ ) , ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ରେଲୱେ ଏବଂ କୋଷ୍ଟାଲ ସିକ୍ୟୁରିଟି ) , ଆଇ.ଜି.ପି ( ପ୍ରୋଭିଜନିଙ୍ଗ ) , ଆଇ.ଜି.ପି ( ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ) , ଆଇ.ଜି.ପି ( ପର୍ସନେଲ ) , ଆଇ.ଜି.ପି ( କମ୍ୟୁନିକେସନ ) , ଆଇ.ଜି.ପି ( ଗୁଇନ୍ଦା ) , ଡି.ଆଇ.ଜି.ପି ( ଏସଆଇଡବ୍‌ଲୁ ) , ଡିସିପି ( କଟକ ) , ଏ.ଆଇ.ଜି.ପି ( ହେଡକ୍ୱ।ର୍ଟର୍ସ ) ପ୍ରମୁଖ ପୋଲିସ ମୁଖ୍ୟାଳୟରୁ ବୈଠକରେ ଉପସ୍ଥିତ ଥିଲେ ।