ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସହ ଲୋକାର୍ପଣ ପ୍ରସ୍ତୁତିର ଅନୁଧ୍ୟାନ କଲେ ୫-ଟି ଅଧ୍ୟକ୍ଷ | News Room Odisha

ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସହ ଲୋକାର୍ପଣ ପ୍ରସ୍ତୁତିର ଅନୁଧ୍ୟାନ କଲେ ୫-ଟି ଅଧ୍ୟକ୍ଷ

ପୁରୀ – ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି ସକାଳୁ ସକାଳୁ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପୁରୀ ଗସ୍ତ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଛନ୍ତି ୫-ଟି ଅଧ୍ୟକ୍ଷ । ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ହେବାକୁ ଥିବା ଯଜ୍ଞ ଓ ଅନ୍ୟାନ୍ୟ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ୫-ଟି ଅଧ୍ୟକ୍ଷ ।