ଆଜିଠୁ ବରଗଡ଼ରେ ମହାରାଜ କଂସଙ୍କ ରାଜୁତି | News Room Odisha

ଆଜିଠୁ ବରଗଡ଼ରେ ମହାରାଜ କଂସଙ୍କ ରାଜୁତି

ବରଗଡ଼ – ଆଜିଠୁ ବରଗଡ଼ରେ ଆରମ୍ଭ ହେବ ପ୍ରବଳ ପ୍ରତାପୀ କଂସ ମହାରାଜଙ୍କ ରାଜୁତି । ଦୀର୍ଘ ୧୧ ଦିନ ଧରି ଚାଲିବ କଂସଙ୍କ ରାଜୁତି । ବରଗଡରେ ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଆଜିଠୁ ଆରମ୍ଭ ହେଉଛି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା। ବରଗଡ଼ ସହର ପାଲଟିବ ମଥୁରା ନଗରୀ ଓ ଅମ୍ବାପାଲି ଗାଁ ହେବ ଗୋପପୁର । ଜିରା ନଦୀ ଯମୁନା ଭାବେ ପରିଣତ ହେବ । ଆଜି ଅପରାହ୍ନ ୨ଟାରେ ଏକ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ପୀଠରେ ପହଞ୍ଚିବ । ଶୋଭାଯାତ୍ରାରେ ୨୦ଟି ସାଂସ୍କୃତିକ ଦଳ ଭାଗ ନେବେ । ଶୋଭାଯାତ୍ରା ହାଟପଦାରେ ନିର୍ମିତ ରାଜଦରବାରରେ ପହଞ୍ଚିବା ପରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହେବ ଧନୁଯାତ୍ରା।

ଏଥର ଧନୁଯାତ୍ରାରେ ହୃଷିକେଶ ଭୋଇ କଂସ ଭୂମିକାରେ ଅବତୀର୍ଣ୍ଣ ହେବେ । ଏକାଦଶ ଥର ପାଇଁ ସେ କଂସ ଭୂମିକାରେ ଅଭିନୟ କରିବେ ।