ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍: ଅକ୍ଷର, ଯଶସ୍ବୀଙ୍କୁ କ୍ୟାରିୟର ଶ୍ରେଷ୍ଠ ମାନ୍ୟତା | News Room Odisha

ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍: ଅକ୍ଷର, ଯଶସ୍ବୀଙ୍କୁ କ୍ୟାରିୟର ଶ୍ରେଷ୍ଠ ମାନ୍ୟତା

ଦୁବାଇ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଭଲ ପ୍ରଦର୍ଶନ ପରେ ଭାରତର ଯୁବ ଓପନର୍ ଯଶସ୍ୱୀ ଜୈସୱାଲ ଏବଂ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଟି-୨୦ ମାନ୍ୟତାରେ ଉନ୍ନତି ଘଟିଛି । ଅକ୍ଷର ଓ ଯଶସ୍ବୀ ର଼୍ୟାଙ୍କିଙ୍ଗରେ ବଡ଼ ଲମ୍ଫ ସହ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି | ଅକ୍ଷର ବୋଲରଙ୍କ ତାଲିକାରେ ଶ୍ରେଷ୍ଠ ୫ରେ ସ୍ଥାନ ପାଇଥିବା ବେଳେ ଯଶସ୍ୱୀ ବ୍ୟାଟ୍ସମ୍ୟାନ୍ ତାଲିକାରେ ଶ୍ରେଷ୍ଠ ୧୦ରେ ପ୍ରବେଶ କରିଛନ୍ତି। ଅର୍ଶଦୀପ ସିଂହ ମଧ୍ୟ ଉପରକୁ ଉଠିଛନ୍ତି।

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିବା ଅକ୍ଷର ପଟେଲ ଟି-୨୦ ଅନ୍ତର୍ଜାତୀୟ ଶ୍ରେଷ୍ଠ ବୋଲର ତାଲିକାରେ ୧୨ଟି ସ୍ଥାନ ଉଠି ପଞ୍ଚମ ସ୍ଥାନରେ ପହଞ୍ଚିଥିବା ବେଳେ ଅର୍ଶଦୀପ ସିଂ ମଧ୍ୟ ଚାରିଟି ସ୍ଥାନ ଉଠିଛନ୍ତି ।

ବୋଲରଙ୍କ ବ୍ୟତୀତ ଯଶସ୍ୱୀ ଜୈସୱାଲ ବ୍ୟାଟିଂରେ ୭ଟି ସ୍ଥାନ ଲମ୍ଫ ନିଜ କ୍ୟାରିୟର ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ଜୟସ୍ୱାଲ ବ୍ୟାଟ୍ସମ୍ୟାନ୍ ତାଲିକାରେ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ସୂର୍ଯ୍ୟକୁମାର ଯାଦବ ଟି-୨୦ରେ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ଭବେ ସ୍ଥାନ ବଜାୟ ରଖିଛନ୍ତି ।