ଜାନୁଆରୀ ୨୯ରୁ ଚନ୍ଦକା ଅଭୟାରଣ୍ୟରେ ରାତ୍ରୀକାଳୀନ ସଫାରୀ | News Room Odisha

ଜାନୁଆରୀ ୨୯ରୁ ଚନ୍ଦକା ଅଭୟାରଣ୍ୟରେ ରାତ୍ରୀକାଳୀନ ସଫାରୀ

ଭୁବନେଶ୍ୱର – ଏଣିକି ରାତିରେ ବି ପର୍ଯ୍ୟଟକ ଚନ୍ଦକା ଅଭୟାରଣ୍ୟରେ ବୁଲି ମଜା ନେଇପାରିବେ । ଭରତପୁର ସଫାରୀରେ ଚଳିତମାସ ୨୯ ତାରିଖରୁ ଆରମ୍ଭ ହେବ ନକଟରନାଲ୍ ଟ୍ରେଲ’ । ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଏହି ସୂଚନା ଦେଇଛନ୍ତି। ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଭରତପୁର ପାର୍ଶ୍ୱରେ ନକଟରନାଲ ଟ୍ରେଲ’ ଆରମ୍ଭ ହେବ। ଯେଉଁମାନେ ଦିନରେ ସମୟ ପାଉନାହାନ୍ତି, ସେମାନେ ସନ୍ଧ୍ୟା ସମୟରେ ଅଭୟାରଣ୍ୟ ବୁଲିବା ସୁଯୋଗ ପାଇବେ। ଏହାଯୋଗୁଁ ଛାତ୍ରଛାତ୍ରୀ ଓ ରିସର୍ଚ୍ଚ ସ୍କଲାର ଅଧିକ ଉପକୃତ ହେବେ। ଏଠାରେ ଲୋକମାନେ ହରିଣ, ବାରହା ଓ ହାତୀ ସମେତ ରାତ୍ରିଚର ପ୍ରାଣୀମାନଙ୍କୁ ଦେଖିପାରିବେ ।

ବନ୍ୟପ୍ରାଣୀ ପିସିସିଏଫ ସୂଚନା ଦେଇଛନ୍ତି ଯେ, ଭରତପୁର ଓ ଗୋଡ଼ିବାରି ଗେଟ୍‌ରୁ ଦିନ ବେଳା ସଫାରୀ ହେଉଛି। ପ୍ରତି ଘଣ୍ଟାରେ ସଫାରୀ ଗାଡ଼ି ବାହାରୁଛି। ଏଣିକି ଭରତପୁର ପାର୍ଶ୍ୱରୁ ସନ୍ଧ୍ୟାରେ ପ୍ରତି ଘଣ୍ଟାରେ ଦୁଇଟି ଲେଖାଏଁ ଗାଡ଼ି ବାହାରିବେ। ପର୍ଯ୍ୟଟକମାନେ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ସଫାରୀର ମଜା ନେଇପାରିବେ।