ଚିଲିକା ଓ ଗହୀରମଥାରେ ଡଲଫିନ ଗଣନା ଆରମ୍ଭ | News Room Odisha

ଚିଲିକା ଓ ଗହୀରମଥାରେ ଡଲଫିନ ଗଣନା ଆରମ୍ଭ

ଭୁବନେଶ୍ୱର – ପକ୍ଷୀ ଗଣନା ପରେ ଚିଲିକା ହ୍ରଦରେ ଡଲଫିନ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିବା ଡଲଫିନ ଗଣନା ଦିନ ୧୨ଟା ଯାଏଁ ଚାଲିବ । ପ୍ରଥମେ ଇରାୱାଡି ଡଲଫିନ ଗଣନା କରାଯାଉଛି ।ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନରେ ୧୦ଟି ଟିମ୍ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସାତପଡ଼ାରେ ଡଲଫିନ୍ ଗଣନା ପାଇଁ ୮ଟି ଟିମ୍‌ ନିୟୋଜିତ ଅଛନ୍ତି।

ପ୍ରତ୍ୟେକ ଟିମ୍‌ରେ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି।
କେନ୍ଦ୍ରାପଡା ଜିଲ୍ଲା ଗହୀରମଥାରେ ବି ଡଲଫିନ୍‌ ଗଣନା ଆରମ୍ଭ ହୋଇଛି। ୯ଟି ଟିମ୍‌ ୩ ଦିନ ଧରି ଡଲଫିନ୍‌ ଗଣନା କରିବେ ।
ପ୍ରତି ଟିମ୍‌ରେ ୩ରୁ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି ।