କ୍ୟାବିନେଟ୍ ନିଷ୍ପତ୍ତି: ନରାଜ ନିକଟରେ ହେବ ଇଭି କାରଖାନା , ଆଉ ୬ ଜିଲ୍ଲାରେ କୋରାପୁଟ କଫି ଚାଷ ‌ | News Room Odisha

କ୍ୟାବିନେଟ୍ ନିଷ୍ପତ୍ତି: ନରାଜ ନିକଟରେ ହେବ ଇଭି କାରଖାନା , ଆଉ ୬ ଜିଲ୍ଲାରେ କୋରାପୁଟ କଫି ଚାଷ ‌

ଭୁବନେଶ୍ୱର – ଓଡ଼ିଶାରେ ପ୍ରତିଷ୍ଠା ହେବ ବୈଦ୍ୟୁତିକ ଯାନ- ଇଭି ନିର୍ମାଣ କାରଖାନା । ଏ ସମ୍ପର୍କିତ ପ୍ରସ୍ତାବ କ୍ୟାବିନେଟରେ ଗୃହୀତ ହୋଇଛି। ନରାଜ ନିକଟରେ ଏହି କାରଖାନା ପ୍ରତିଷ୍ଠା କରିବ ଜେଏସଡବ୍ଲୁ । କାରଖାନା ନିର୍ମାଣ ପାଇଁ ନିବେଶ ୪୦ ହଜାର କୋଟି ଟଙ୍କା ନିବେଶ ହେବ । ଇଭି କାରଖାନାରେ ପ୍ରାୟ ୧୨ ହଜାର ଲୋକ ନିଯୁକ୍ତି ପାଇବେ । ଏହା ହେବ ଗୋଟିଏ ଜାଗାରେ ଦେଶର ସବୁଠାରୁ ବଡ଼ ଇଭି କାରଖାନା । ଇଲେକ୍ଟ୍ରି ଯାନ ପାଇଁ ଦୁଇ ପ୍ରକାର କାରଖାନା କରିବ ଜେଏସ୍‌ଡବ୍ଲୁ ।
ଗୋଟିଏରେ ଇଲେକ୍ଟ୍ରି ଯାନ ଓ ବ୍ୟାଟେରୀ ପ୍ରସ୍ତୁତ ହେବ ଏବଂ ଅନ୍ୟ କାରଖାନାରେ ଇଲେକ୍ଟ୍ରି ଯାନ କମ୍ପୋନେଟ ନିର୍ମାଣ ହେବ ।

ରାଜ୍ୟରେ କୋରାପୁଟ କଫିର ସଂପ୍ରସାରଣ ପାଇଁ କ୍ୟାବିନେଟ ନିଷ୍ପତ୍ତି ହୋଇଛି। ଏବେ ୧୦ ହଜାର ଏକର ଜମିରେ କଫି ଚାଷ ହେଉଛି ।

ଏହି କଫି ଚାଷକୁ ୧ ଲକ୍ଷ ଏକରକୁ ସଂପ୍ରସାରଣ କରାଯିବ । ଆଉ ୬ ଜିଲ୍ଲାରେ ହେବ କଫି ଚାଷ । ଏଥିପାଇଁ ୧୧୪୪ କୋଟି ଖର୍ଚ୍ଚ ହେବ ।