ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ ପାଇଁ ପାଇପ ବିଛା କାମ ବେଳେ ମାଟି ଅତଡା ଧସି ଦୁଇ ଶ୍ରମିକଙ୍କ ମୃତ୍ୟୁ | News Room Odisha

ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ ପାଇଁ ପାଇପ ବିଛା କାମ ବେଳେ ମାଟି ଅତଡା ଧସି ଦୁଇ ଶ୍ରମିକଙ୍କ ମୃତ୍ୟୁ

କେନ୍ଦୁଝର – କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଅଘଟଣ । ଯୋଡା ଥାନା କମାରଯୋଡାରେ ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ ପାଇଁ ଡିଆଇ ପାଇପ ଲାଇନ୍ ବିଛାଇବା କାର୍ଯ୍ୟ ଚାଲିଥିବା ବେଳେ ମାଟି ଅତଡ଼ା ଧସି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଆଜି ଅପରାହ୍ନରେ ଘଟିଛି ଏହି ଦୁର୍ଘଟଣା। ପ୍ରାଣ ହରାଇଥିବା ଦୁଇ ଶ୍ରମିକଙ୍କ ପରିଚୟ ମିଳିଛି । ସେମାନେ ହେଲେ ଯୋଡା ଅଞ୍ଚଳର ଚରଣ ଲୋହାର ଓ ଅର୍ଜୁନ ଲୋହାର। ଏକ ଠିକା କମ୍ପାନୀ ଦ୍ୱାରା ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ ପାଇଁ ଡିଆଇ ପାଇପ ଲାଇନ୍ ବିଛାଇବା କାମ ଚାଲିଥିବା ବେଳେ ମାଟି ଧସିଯାଇଥିଲା । ଚରଣ ଓ ଅର୍ଜୁନ ଫସି ଯାଇ ପ୍ରାଣ ହରାଇଥିବା ବେଳେ ତେବେ ଆଉ ଜଣେ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାର ତଦନ୍ତ ଚାଲିଛି ।