ଆଇପିଏସ ସ୍ତରରେ ଅଦଳବଦଳ: ବଦଳିଲେ ପୋଲିସ କମିଶନର ଓ ୬ ଜିଲ୍ଲାର ଏସପି, ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁଇନ୍ଦା ନିର୍ଦ୍ଦେଶକ | News Room Odisha

ଆଇପିଏସ ସ୍ତରରେ ଅଦଳବଦଳ: ବଦଳିଲେ ପୋଲିସ କମିଶନର ଓ ୬ ଜିଲ୍ଲାର ଏସପି, ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁଇନ୍ଦା ନିର୍ଦ୍ଦେଶକ

ଭୁବନେଶ୍ୱର – ରାଜ୍ୟରେ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ୬ ଜିଲ୍ଲାର ଏସପିଙ୍କ ସମେତ କମିଶନରେଟ ପୋଲିସ କମିଶନରଙ୍କ ବଦଳି ହୋଇଛି । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସ୍ଥାନରେ କଟକ-ଭୁବନେଶ୍ବରର ନୂଆ ପୋଲିସ କମିଶନର ହୋଇଛନ୍ତି ସଞ୍ଜୀବ ପଣ୍ଡା। କଟକ ଡିସିପି ହୋଇଛନ୍ତି କନଓ୍ବର ବିଶାଲ ସିଂ। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ହିମାଂଶୁ ଲାଲ୍ ହୋଇଛନ୍ତି ନୂଆ ଉତ୍ତରାଞ୍ଚଳ ଆଇଜି। ସନ୍ତୋଷ ବାଲାଙ୍କୁ ଓପିଏଚଡବ୍ଲୁ ସି ସିଏମଡି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

ଦୀପକ କୁମାରଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ନିଯୁକ୍ତ କରାଯାଇଛି। ଏଥିସହ ସେ ଅନୁଗୁଳ ପିଟିସି ପ୍ରିନସିପାଲ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ।

ସତ୍ୟବ୍ରତ ଭୋଇ ପୂର୍ବାଞ୍ଚଳ ଆଇଜି ଭାବେ ନିଯୁକ୍ତି ପାଇଛନ୍ତି। ଜେ. ଏନ୍ ପଙ୍କଜ ହୋଇଛନ୍ତି ନୂଆ ଦକ୍ଷିଣାଞ୍ଚଳ ଆଇଜି। ଇଓଡବ୍ଲୁ ଓ ଏସଟିଏଫ ଆଇଜି ଭାବେ ସେ ଅତିରିକ୍ତ ଦାୟିତ୍ବ ତୁଲାଇବେ।

ପିନାକ ମିଶ୍ରଙ୍କୁ ପୁରୀ ଏସପି ଭାବେ ନିଯୁକ୍ତ କରାଯାଇଥିବା ବେଳେ ବି. ଯୁଗଳ କିଶୋର କୁମାର କେନ୍ଦ୍ରାପଡା଼ ଓ ଏମ୍. ସନ୍ଦୀପ ସମ୍ପଦ ଢେଙ୍କାନାଳ ଏସପି ହୋଇଛନ୍ତି।
ରାମପ୍ରସାଦ ସାହୁ ଦେବଗଡ଼, ହରିଶ ବି.ସି. ରାୟଗଡ଼ା ଓ ୟଶପ୍ରତାପ ଶ୍ରୀମଲ ସୋନପୁର ଏସପି ଭାବେ ନିଯୁକ୍ତ ହୋଇଛନ୍ତି। ବିବେକାନନ୍ଦ ଶର୍ମା ଏଆଇଜି, ପୋଲିସ ମୁଖ୍ୟାଳୟ ହୋଇଥିବାବେଳେ ଜ୍ଞାନରଞ୍ଜନ ମହାପାତ୍ର ସ୍ପେଶାଲ ବ୍ରାଞ୍ଚ ଏସପି ଓ ଅମରେଶ କୁମାର ପଣ୍ଡା ପୋଲିସ ମୁଖ୍ୟାଳୟ ଏଆଇଜି ନିଯୁକ୍ତ ହୋଇଛନ୍ତି।