ରୂପାନ୍ତରିତ ଓଡିଶା ସଚେତନତା କାର୍ଯ୍ୟକ୍ରମ | News Room Odisha

ରୂପାନ୍ତରିତ ଓଡିଶା ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର: ଆଭାସୀ ମାଧ୍ୟମରେ ବଲାଙ୍ଗିରରେ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ | ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି | ସୂଚନା, ଶିକ୍ଷା, ଯୋଗାଯୋଗ କାର୍ଯ୍ୟକ୍ରମ ଆଧାରରେ ଲୋକକଳାର ପ୍ରୟୋଗ କିପରି କରାଯିବ ଓ କଳାର ଉନ୍ନତି ହେବ ବୋଲି କହିଥିଲେ | ଏହା ଦ୍ୱାରା ଲୋକକଳା , କଳାକାର ତଥା କଳା ମାଧ୍ୟମରେ ସରକାରୀ ଯୋଜନା ସଂପର୍କରେ ସଚେତନ ହେଉଥିବା ଜନତାଙ୍କ ପାଇଁ ସୁନ୍ଦର ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ସେ କହିଥିଲେ | ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ମହେନ୍ଦ୍ର ମହାପାତ୍ର , ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ , ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କୁବେର ଚନ୍ଦ୍ର ମହନ୍ତ , ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲୀଳାବତୀ ନାଗ , ଜିଲ୍ଲା ଶିକ୍ଷାଧିକାରୀ. ପ୍ରମୁଖ ଉପସ୍ଥିତ ଥିଲେ | ସୂଚନା,ଶିକ୍ଷା, ଯୋଗାଯୋଗ ଆଧାରରେ ଲୋକ କଳା ପରିବେଷଣ କରି ଲୋକଙ୍କୁ କେମିତି ଅବଗତ କରିହେବା ସହ ଆଗାମୀ ଦିନରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ କଳାକାର ମାନେ କିପରି ପହଞ୍ଚେଇବେ ସେ ବିଷୟରେ କାର୍ଯ୍ୟକ୍ରମ ରେ ଆଲୋଚନା ହୋଇଥିଲା | ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ତାଲିମ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।