ରାଜ୍ୟକୁ ଫେରିଲା ଶୀତ, ଅନେକ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳକୁ ହ୍ରାସ | News Room Odisha

ରାଜ୍ୟକୁ ଫେରିଲା ଶୀତ, ଅନେକ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳକୁ ହ୍ରାସ

ଭୁବନେଶ୍ବର – ରାଜ୍ୟରେ ଶୀତ ପୁଣି ଫେରିଛି । ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ଜାଡ ଜାଡ ଅନୁଭୂତ ହେଉଛି। ବିଶେଷ କରି ପଶ୍ଚିମ ଓଡିଶାରେ ଏହାର ପ୍ରଭାବ ଟିକେ ଅଧିକ ରହିଛି । ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି। ସେପଟେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଉତ୍ତର ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ଥଣ୍ଡାର ପରିମାଣ ବୃଦ୍ଧି ପାଇବ । ନୟାଗଡ଼, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗିର ଓ ସୁବର୍ଣ୍ଣପୁରରେ ଘନକୁହୁଡ଼ି ଦୃଶ୍ୟମାନ ହେବ।