ବିଏସକେଓ୍ବାଇ ନବୀନ କାର୍ଡ ଆବେଦନ ଅବଧି ଫେବ୍ରୁଆରୀ ୮ ଯାଏଁ ବୃଦ୍ଧି | News Room Odisha

ବିଏସକେଓ୍ବାଇ ନବୀନ କାର୍ଡ ଆବେଦନ ଅବଧି ଫେବ୍ରୁଆରୀ ୮ ଯାଏଁ ବୃଦ୍ଧି

ଭୁବନେଶ୍ୱର – ବିଏସକେଓ୍ବାଇ ନବୀନ କାର୍ଡ ଆବେଦନ ପାଇଁ ସମୟସୀମା ପୁଣି ଥରେ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଆବେଦନ ଅବଧି ଫେବ୍ରୁଆରୀ ୮ ତାରିଖ ଯାଏଁ ବୃଦ୍ଧି କରାଯାଇଛି। ଗ୍ରାମାଞ୍ଚଳର ଯୋଗ୍ୟ ଲୋକ ଯେପରି ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନ ହେବେ, ସେଥିପାଇଁ ବିଏସକେଓ୍ବାଇ ନବୀନ କାର୍ଡ ଆବେଦନ ଅବଧି ବୃଦ୍ଧି କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଏସକେଓ୍ବାଇ ନବୀନ କାର୍ଡ ନେଇ ଗାଁ ଓ ପଞ୍ଚାୟତ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।