କେନ୍ଦ୍ର ବଜେଟ୍ ୨୦୨୪ : ପ୍ରଚଳିତ ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ, ବିତ୍ତୀୟ ନିଅଣ୍ଟ ୪ .୫ % କୁ ହ୍ରାସ ଲକ୍ଷ୍ୟ | News Room Odisha

କେନ୍ଦ୍ର ବଜେଟ୍ ୨୦୨୪ : ପ୍ରଚଳିତ ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ, ବିତ୍ତୀୟ ନିଅଣ୍ଟ ୪ .୫ % କୁ ହ୍ରାସ ଲକ୍ଷ୍ୟ

ନୂଆଦିଲ୍ଲୀ – ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ୍ ସଂସଦରେ ଉପସ୍ଥାପିତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏକ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ। ଦେଶର ବିତ୍ତୀୟ ନିଅଣ୍ଟ ହାର ୪ ଦଶମିକ ୫ ପ୍ରତିଶତକୁ ହ୍ରାସ କରାଯିବା ନେଇ ଲକ୍ଷ୍ୟ ରଖାଯାଇଥିବା ଅର୍ଥମନ୍ତ୍ରୀ ଲୋକସଭାରେ ବଜେଟ ଉପସ୍ଥାପନ କରି ସୂଚନା ଦେଇଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ୫.୧ ପ୍ରତିଶତ ହେବା ଲକ୍ଷ୍ୟ ରହିଛି। କର୍ପୋରେଟ ଟିକସ ହାର ୩୦ ରୁ ୨୫ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରାଯାଇଛି।

ଅନ୍ତରୀଣ ବଜେଟରେ ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଘୋଷଣା କରାଯାଇଛି। ବର୍ତ୍ତମାନ ପ୍ରଚଳିତ ଟିକସ ବ୍ୟବସ୍ଥା ଅପରିବର୍ତ୍ତନ ରହିବ । ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସହଜ ଏବଂ ସରଳ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି।