ଏଫଆଇଏଚ ପ୍ରୋ ଲିଗ୍ ହକି : ଘୋଷିତ ଭାରତୀୟ ଦଳରେ ଅମିତ ରୋହିଦାସ ଏକମାତ୍ର ଓଡିଆ | News Room Odisha

ଏଫଆଇଏଚ ପ୍ରୋ ଲିଗ୍ ହକି : ଘୋଷିତ ଭାରତୀୟ ଦଳରେ ଅମିତ ରୋହିଦାସ ଏକମାତ୍ର ଓଡିଆ

ଭୁବନେଶ୍ୱର – ୨୦୨୩-୨୪ ଏଫଆଇଏଚ ପ୍ରୋ ଲିଗ୍ ହକି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଘୋଷିତ ଦଳରେ ଓଡିଶାର ଏକମାତ୍ର ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ସାମିଲ କରାଯାଇଛି। ହରମନପ୍ରୀତ ସିଂହ ୨୪ ଜଣିଆ ଦଳର ନେତୃତ୍ଵ ନେବେ । ଏଫଆଇ ଏଚ ପ୍ରୋ ଲିଗ ହକି ଫେବ୍ରୁଆରୀ ୧୦ରୁ ୧୬ ଯାଏଁ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଓ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଫେବ୍ରୁଆରୀ ୧୯ରୁ ୨୫ ତାରିଖ ଯାଏଁ ଖେଳାଯିବ ।