ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ଉତ୍କଣ୍ଠା, ପଠାଉଛନ୍ତି ଭିଡିଓ ଶୁଭେଚ୍ଛା ବାର୍ତ୍ତା | News Room Odisha

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ଉତ୍କଣ୍ଠା, ପଠାଉଛନ୍ତି ଭିଡିଓ ଶୁଭେଚ୍ଛା ବାର୍ତ୍ତା

ଭୁବନେଶ୍ୱର- ଆସନ୍ତାମାସ ୩ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀ ନିମନ୍ତେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରବାସୀ ଓଡ଼ିଆମାନେ ଭିଡିଓ ଶୁଭେଚ୍ଛା ବାର୍ତ୍ତା ପଠାଇବାରେ ଲାଗିଛନ୍ତି । ଏହି ସମ୍ମିଳନୀ ମାଧ୍ୟମରେ ଓଡ଼ିଆ ଭାଷାର ଗୁରୁତ୍ୱ ଓ ଲୋକପ୍ରିୟତା ଆହୁରି ବଢିବ ବୋଲି ସେମାନେ କହିଛନ୍ତି । ସମ୍ମିଳନୀର ସଫଳତା କାମନା କରି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।

ସମ୍ମିଳନୀକୁ ଆସିବାକୁ ଥିବା ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ସମ୍ମିଳନୀକୁ ନେଇ ଏକ ବାଲୁକା କଳା ପ୍ରଦର୍ଶିତ ହୋଇଛି । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହି କଳାକୃତି ପ୍ରସ୍ତୁତ କରିଛନ୍ତି । ଏଥିରେ ସମ୍ମିଳନୀ ଲୋଗୋକୁ ବାଲୁକା କଳା ମାଧ୍ୟମରେ ଅତି ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି । ଏହି ସମ୍ମିଳନୀରେ ଦେଶ ବିଦେଶରୁ ଭାଷାବିତ ଓ ଐତିହାସିକ ମାନେ ଯୋଗଦେଇ ସେମାନଙ୍କ ବହୁମୂଲ୍ୟ ତଥ୍ୟ ଉପସ୍ଥାପନ କରିବେ।

ଏଥିସହ ସମ୍ମିଳନୀକୁ ଆମନ୍ତ୍ରିତ ଅତିଥିମାନେ ଭୁବନେଶ୍ୱରରେ ପହଂଚିବା ଆରମ୍ଭ କଲେଣି । ଆସନ୍ତାକାଲି ଅନ୍ୟାନ୍ୟ ଅତିଥି ମଧ୍ୟ ପହଂଚିବା କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀ ନିମନ୍ତେ ବିଭିନ୍ନ ସ୍ତରରେ ବ୍ୟାପକ ଆୟୋଜନ କରାଯାଇଛି ।