ଗୀତା ଉପଦେଶ:- ନିଜର କର୍ମଫଳକୁ ଭଗବାନଙ୍କ ପ୍ରତି ଅର୍ପଣ କରିବା ହିଁ ପ୍ରକୃତ କର୍ମଯୋଗ | News Room Odisha

ଗୀତା ଉପଦେଶ:- ନିଜର କର୍ମଫଳକୁ ଭଗବାନଙ୍କ ପ୍ରତି ଅର୍ପଣ କରିବା ହିଁ ପ୍ରକୃତ କର୍ମଯୋଗ

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମଯୋଗ ବିଷୟରେ କହୁଛନ୍ତି ହେ ଅର୍ଜ୍ଜୁନ :-

ରଜୋ ରାଗାତ୍ମକଂ ବିଦ୍ଧି ତୃଷ୍ଣାସଙ୍ଗସମୁଦ୍ଭବମ୍ ।
ତନ୍ନିବଧ୍ନାତି କୌନ୍ତେୟ କର୍ମସଙ୍ଗେନ ଦେହିନମ୍ ।।୭।।

ଅର୍ଥାତ୍ ଶ୍ରୀ କୃଷ୍ଣ କହୁଛନ୍ତି ଯେ ରଜୋଗୁଣ ବାସନା ଇନ୍ଦ୍ରିୟ ସୁଖର ଲାଳସା ଉତ୍ପନ୍ନ କରିଥାଏ । ଏହା ମାନସିକ ଓ ଶାରୀରିକ ସୁଖକାମନା ପ୍ରଜ୍ୱଳିତ କରେ ଏବଂ ସଂସାରର ବସ୍ତୁମାନଙ୍କ ପ୍ରତି ମଧ୍ୟ ଆସକ୍ତି ବୃଦ୍ଧି କରେ । ଏହାକୁ ଛିନ୍ନ କରିବାର ଉପାୟ ହେଉଛି କର୍ମଯୋଗରେ ନିଯୁକ୍ତ ହେବା, ଅର୍ଥାତ୍ ନିଜର କର୍ମଫଳକୁ ଭଗବାନଙ୍କ ପ୍ରତି ଅର୍ପଣ କରିବା । ଏହା ସଂସାରରୁ ବୈରାଗ୍ୟ ଉତ୍ପନ୍ନ କରେ ଏବଂ ରଜୋଗୁଣର ପ୍ରଭାବକୁ ଶାନ୍ତ କରେ ।