ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ : ରାଜ୍ୟବ୍ୟାପୀ ରାଜ୍ୟ ସଙ୍ଗୀତ ଗାନ ପାଇଁ ଓଡ଼ିଆ ଭାଷା ସଂସ୍କୃତି ବିଭାଗର ଅପିଲ୍ | News Room Odisha

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ : ରାଜ୍ୟବ୍ୟାପୀ ରାଜ୍ୟ ସଙ୍ଗୀତ ଗାନ ପାଇଁ ଓଡ଼ିଆ ଭାଷା ସଂସ୍କୃତି ବିଭାଗର ଅପିଲ୍

ଭୁବନେଶ୍ୱର – ଆସନ୍ତାକାଲି ଉଦଘାଟିତ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଜନତା ମଇଦାନରେ ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ୧୧ଟା ବେଳେ ଉଦଘାଟନ କରିବେ। ସମ୍ମିଳନୀର ଉଦଘାଟନୀ କାର୍ଯ୍ୟକ୍ରମ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନରୁ ଆରମ୍ଭ ହେବ । ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଏକ ଗର୍ବ ଓ ଗୌରବର ବିଷୟ ହୋଇଥିବାରୁ ରାଜ୍ୟବ୍ୟାପୀ ଦିନ ୧୧ ଟାରେ ଏହି ସଙ୍ଗୀତ ଗାନ କରିବାକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ତଥା କମିଶନର ସୁଜାତା ଆର୍ କାର୍ତ୍ତିକେୟନ ଅପିଲ କରିଛନ୍ତି । ରାଜ୍ୟ ବାହାରେ ଓ ଦେଶ ବାହାରେ ଥିବା ଓଡ଼ିଆମାନଙ୍କୁ ମଧ୍ୟ ଏଥିପାଇଁ ଅନୁରୋଧ କରାଯାଇଛି।