ଆଜି ସଂଧ୍ୟାରେ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ | News Room Odisha

ଆଜି ସଂଧ୍ୟାରେ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର – ଆଜି ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିବେ । କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି। କ୍ୟାବିନେଟ ପରେ ମନ୍ତ୍ରୀ ପରିଷଦ ବୈଠକ ମଧ୍ୟ ଅନୁଷ୍ଠିତ ହେବ । ବିଧାନସଭାର ଆସନ୍ତା ଅଧିବେଶନରେ ଆଗତ ହେବାକୁ ଥିବା କାମଚଳା ବଜେଟ୍ କୁ ବୈଠକରେ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି। ଚଳିତମାସ ୫ ତାରିଖରୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ।