ଘର କାନ୍ଥରେ ପିଟି ହେଲା କାର୍, ପ୍ରାଣ ହରାଇଲେ ୪ ସାଙ୍ଗ | News Room Odisha

ଘର କାନ୍ଥରେ ପିଟି ହେଲା କାର୍, ପ୍ରାଣ ହରାଇଲେ ୪ ସାଙ୍ଗ

କଟକ – କଟକ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତିଗିରିଆ ଥାନା ଅନ୍ତର୍ଗତ ଗଦାଧରପୁର ଗାଁ ନିକଟରେ ଏକ ସଡକ ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏକ କାର୍ ଭାରସାମ୍ୟ ହରାଇ ଗୋଟିଏ ଘରର କାନ୍ଥକୁ ଧକ୍କା ଦେଇଥିଲା । ଏଥିରେ କାରରେ ଥିବା ୪ ସାଙ୍ଗଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ମୃତକମାନଙ୍କ ମଧ୍ୟରେ ଜଣଙ୍କ ଘର ବାଙ୍କି ହରିରାଜପୁରର ହୋଇଥିବା ବେଳେ ଜଣଙ୍କ ଘର ବାଙ୍କି ପାଳପୁଟ, ଜଣଙ୍କ ଘର ବଡମ୍ବା ଓ ଅନ୍ୟ ଜଣଙ୍କ ଘର ଖଜୁରିପଦା ଗାଁରେ ବୋଲି ଜଣାପଡିଛି।

ଗତକାଲି ବିଳମ୍ବିତ ରାତିରେ ଏକ ବାହାଘର ଭୋଜିରେ ଯୋଗ ଦେଇ ୪ ଜଣ ସାଙ୍ଗ କାର୍‌ ଯୋଗେ ଘରକୁ ଫେରୁଥିଲେ। କୋଇଲିକନ୍ୟା ଗାଁ ନିକଟରେ କାର୍‌ଟି ଭାରସାମ୍ୟ ହରାଇ କାନ୍ଥରେ ପିଟି ହୋଇଯିବାରୁ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ହୋଇଥିଲା।