ଭାଇଜାଗ୍ ଟେଷ୍ଟ: ବିଜୟ ପାଇଁ ଭାରତକୁ ଦରକାର ଆଉ ୯ ଓ୍ବିକେଟ୍, ଇଂଲଣ୍ଡକୁ ୩୩୨ ରନ୍ | News Room Odisha

ଭାଇଜାଗ୍ ଟେଷ୍ଟ: ବିଜୟ ପାଇଁ ଭାରତକୁ ଦରକାର ଆଉ ୯ ଓ୍ବିକେଟ୍, ଇଂଲଣ୍ଡକୁ ୩୩୨ ରନ୍

ବିଶାଖାପଟନମ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ଭ୍ରମଣକାରୀ ଇଂଲଣ୍ଡକୁ ୩୯୯ ରନର ଟାର୍ଗେଟ୍ ଦେଇଛି। ଏହାର ଜବାବରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଗୋଟିଏ ୱିକେଟ୍ ହରାଇ ୬୭ ରନ୍ କରିଛି। ବିଜୟ ପାଇଁ ଭାରତକୁ ଆଉ ୯ ଓ୍ବିକେଟ୍ ଆବଶ୍ୟକ ଥିବାବେଳେ ଇଂଲଣ୍ଡକୁ ଦରକାର ୩୩୨ ରନ୍ ।

ପୂର୍ବରୁ ଭାରତ ଅସମାପ୍ତ ଦ୍ୱିତୀୟ ଇନିଂସ୍ ସ୍କୋର୍ ୨୮/୦ରୁ ଆଗକୁ ଖେଳିଥିବା ବେଳେ ୨୫୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଦଳ ତରଫରୁ ଶୁଭମାନ ଗିଲ୍ ଫର୍ମକୁ ଫେରିବା ସହ କ୍ୟାରିୟରର ତୃତୀୟ ଟେଷ୍ଟ ଶତକ ହାସଲ କରିଥିଲେ ‌। ସେ ୧୦୪ ରନ୍ କରିଥିଲେ । ଅକ୍ଷର ପଟେଲ ଦ୍ବିତୀୟ ସର୍ବାଧିକ ସ୍କୋରର ଭାବେ ୪୫ ରନ୍ କରିଥିଲେ। ଇଂଲଣ୍ଡ ତରଫରୁ ସ୍ପିନର ଟମ୍ ହାର୍ଟଲି ୪ଟି ୱିକେଟ୍ ନେଇଥିଲେ । ରେହାନ୍ ଅହମ୍ମଦ ୩ ୱିକେଟ୍ ପାଇଥିଲେ।

ପ୍ରଥମ ଇନିଂସରେ ଭାରତର ୩୯୬ ରନ୍ ଜବାବରେ ଇଂଲଣ୍ଡ ୨୫୩ ରନ୍ କରିଥିଲା। ଭାରତ ପ୍ରଥମ ଇନିଂସ୍ ଭିତ୍ତିରେ ୧୪୩ ରନରେ ଅଗ୍ରଣୀ ହାସଲ କରିଥିଲା ।