ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ହେବ ଆଲୋଚନା | News Room Odisha

ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ହେବ ଆଲୋଚନା

ଭୁବନେଶ୍ୱର – ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଗୃହକାର୍ଯ୍ୟ ବେଶ୍ ସରଗରମ ହେବା ଆଶା କରାଯାଉଛି। ଏଥିସହ ଆଜି ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ହେବ । ଆଜି ମଧ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ପର୍ଯ୍ୟଟନ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଅବକାରୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକସମ୍ପର୍କ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିପାରେ। ରାଜ୍ୟପାଳଙ୍କ ଅଭିଭାଷଣ ସହ ଗତକାଲି ଆରମ୍ଭ ହୋଇଥିଲା ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ। ଏହି ଅଧିବେଶନରେ ୭ଟି କାର୍ଯ୍ୟ ଦିବସ ର‌ହିଛି । ୮ ତାରିଖରେ ଗୃହରେ କାମଚଳା ବଜେଟ ଆଗତ ହେବ ।