ରଥଯାତ୍ରା ପାଇଁ ଦଶପଲ୍ଲାରୁ ପୁରୀ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ | News Room Odisha

ରଥଯାତ୍ରା ପାଇଁ ଦଶପଲ୍ଲାରୁ ପୁରୀ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ

ଦଶପଲ୍ଲା – ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀ ଅଭିମୁଖେ ବାହାରିଛି । ଦଶପଲ୍ଲା ମହାବୀର ମନ୍ଦିରରେ ଆଜି ସକାଳେ ପୂଜାର୍ଚ୍ଚନା ପରେ ରଥକାଠ ପୁରୀ ଅଭିମୁଖେ ବାହାରିଛି । ୩ଟି ଟ୍ରକରେ ଶ୍ରୀମନ୍ଦିର ଅଭିମୁଖେ ଆସୁଛି ୧୦୨ଖଣ୍ଡ କାଠ। ଏଥିରେ ୫୦ଖଣ୍ଡ ଅସନ ଏବଂ ୫୨ଖଣ୍ଡ ଧଉରା କାଠ ରହିଛି। ସରସ୍ୱତୀ ପୂଜା ପୂର୍ବରୁ ପୁରୀରେ ପହଞ୍ଚିବ ରଥକାଠ।

ଶ୍ରୀପଞ୍ଚମୀ ଦିନ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହେବ ।