ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଜଣେ କୃଷି ବୈଜ୍ଞାନିକଙ୍କୁ ଦିଆଯିବ 'ଭାରତରତ୍ନ' | News Room Odisha

ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଜଣେ କୃଷି ବୈଜ୍ଞାନିକଙ୍କୁ ଦିଆଯିବ ‘ଭାରତରତ୍ନ’

ନୂଆଦିଲ୍ଲୀ – ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କର୍ପୂରୀ ଠାକୁର ଓ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ପରେ ଆଉ ତିନିଜଣଙ୍କୁ ମଧ୍ୟ ଭାରତରତ୍ନ ସମ୍ମାନ ପ୍ରଦାନ ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କୃଷକ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ ଏବଂ ଭାରତରେ ସବୁଜ ବିପ୍ଳବର ଜନକ ତଥା ପ୍ରସିଦ୍ଧ କୃଷିବିତ୍ ସ୍ୱର୍ଗତ ଏମ୍. ଏସ ସ୍ୱାମୀନାଥନଙ୍କୁ ଭାରତରତ୍ନ ସମ୍ମାନ ଦିଆଯିବ । ତିନିଜଣଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ଦିଆଯିବ । ଭାରତରତ୍ନ ହେଉଛି ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ।