ଗୀତା ଉପଦେଶ : ଆତ୍ମାର ମୃତ୍ୟୁ ନଥାଏ, ଏହା କେବଳ ତାର କଳେବର ପରିବର୍ତ୍ତନ କରିଥାଏ | News Room Odisha

ଗୀତା ଉପଦେଶ : ଆତ୍ମାର ମୃତ୍ୟୁ ନଥାଏ, ଏହା କେବଳ ତାର କଳେବର ପରିବର୍ତ୍ତନ କରିଥାଏ

ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଦ୍ଵିତୀୟ ଅଧ୍ୟାୟରେ କହୁଛନ୍ତି : –

ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହ୍ଣାତି ନରୋଽପରାଣି ।
ତଥା ଶରୀରାଣି ବିହାୟ ଜୀର୍ଣ୍ଣା- ନ୍ୟନ୍ୟାନି ସଂଯାତି ନବାନି ଦେହୀ।

ଅର୍ଥାତ୍ ଶ୍ରୀକୃଷ୍ଣ କହୁଛନ୍ତି ଯେପରି ଜଣେ ବ୍ୟକ୍ତି ପୁରାତନ ବସ୍ତ୍ର ତ୍ୟାଗ କରି ନୂତନ ବସ୍ତ୍ର ଧାରଣ କରନ୍ତି। ସେହିପରି ଆତ୍ମା ମୃତ୍ୟୁ ସମୟରେ ଜରାଜୀର୍ଣ୍ଣ ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରେ।