ଶଙ୍ଖ ଭବନରେ ଭି. ସୁଜ୍ଞାନ ଦେଓଙ୍କ ପାର୍ଥିବ ଶରୀର, ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ | News Room Odisha

ଶଙ୍ଖ ଭବନରେ ଭି. ସୁଜ୍ଞାନ ଦେଓଙ୍କ ପାର୍ଥିବ ଶରୀର, ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଭୁବନେଶ୍ବରରେ ପହଞ୍ଚିଛି ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର ।

ଚେନ୍ନାଇରୁ ସ୍ବତନ୍ତ୍ର ବିମାନ ଯୋଗେ ତାଙ୍କର ପାର୍ଥିବ ଶରୀର ଭୁବନେଶ୍ୱର ଆସିବା ପରେ ବିଜେଡି କାର୍ଯ୍ୟାଳୟ
ଶଙ୍ଖଭବନକୁ ନିଆଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭିନ୍ନ ମନ୍ତ୍ରୀ ଓ ବିଜେଡି ନେତା ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଭି. ସୁଜ୍ଞାନ ଦେଓଙ୍କ ଚେନ୍ନାଇରେ ପରଲୋକ ହୋଇଯାଇଥିଲା ।