ଇଲେକ୍ଟୋରାଲ ବଣ୍ଡ୍ ମାମଲାରେ ଆଜି ଆସିବ ସୁପ୍ରିମକୋର୍ଟ ରାୟ | News Room Odisha

ଇଲେକ୍ଟୋରାଲ ବଣ୍ଡ୍ ମାମଲାରେ ଆଜି ଆସିବ ସୁପ୍ରିମକୋର୍ଟ ରାୟ

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ୍ ସ୍କିମର ଆଇନଗତ ବୈଧତା ନେଇ ସୁପ୍ରିମକୋର୍ଟ ଆଜି ରାୟ ପ୍ରକାଶ କରିବେ। ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ଖଣ୍ଡପୀଠ ଗତବର୍ଷ ନଭେମ୍ବରରେ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ । ସରକାର ୨ ଜାନୁୟାରୀ ୨୦୧୮ରେ ଇଲେକ୍ଟୋରାଲ ବଣ୍ଡ୍ ସ୍କିମର ପ୍ରଚଳନ ଆରମ୍ଭ କରିଥିଲେ।

ରାଜନୈତିକ ଦଳମାନଙ୍କୁ ଅର୍ଥ ବା ଚାନ୍ଦା ଦେବା ପାଇଁ କୌଣସି ବ୍ୟକ୍ତିବିଶେଷ ଏବଂ କମ୍ପାନୀ ଇଲେକ୍ଟୋରାଲ୍ ବଣ୍ଡ୍ କିଣିପାରିବେ | ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳମାନଙ୍କୁ ମିଳୁଥିବା ଅର୍ଥର ଉତ୍ସ ତଥା ଦାତାଙ୍କ ପରିଚୟ ଗୋପନ ରଖାଯଏ । ଏହାକୁ ବହୁ ବୁଦ୍ଧିଜୀବୀ ସମାଲୋଚନା କରିଥିଲେ । ରାଜନୈତିକ ଦଳମାନେ ଏହି ବ୍ୟବସ୍ଥା ଦ୍ବାରା କ୍ଷମତାର ଅପବ୍ୟବହାର କରିବେ ଏବଂ ଏହା ଦୁର୍ନୀତିକୁ ପ୍ରୋତ୍ସାହିତ କରିବ ବୋଲି ସେମାନେ କହିଥିଲେ । ଏହାଛଡ଼ା ଇଲେକ୍ଟୋରାଲ୍ ବଣ୍ଡଗୁଡିକ ମନି ଲଣ୍ଡରିଂ ପାଇଁ ବ୍ୟବହାର ହେବା ସମ୍ଭାବନା ରହିଛି| ସମାଲୋଚକମାନେ ଯୁକ୍ତି କରନ୍ତି ଯେ ଇଲେକ୍ଟୋରାଲ୍ ବଣ୍ଡ୍ ରାଜନୈତିକ ପାଣ୍ଠିର ସ୍ୱଚ୍ଛତା ହ୍ରାସ କରିବ ଏବଂ ଧନୀ ଦାତାମାନଙ୍କୁ ଅନୁଚିତ ଲାଭରେ ରଖିବ ।