ନଳୀକୁମ୍ଫା ଜଙ୍ଗଲରେ ପୁଣି ଏନ୍‌କାଉଣ୍ଟର, ପୋଲିସ-ମାଓବାଦୀ ମୁହାଁମୁହିଁ | News Room Odisha

ନଳୀକୁମ୍ଫା ଜଙ୍ଗଲରେ ପୁଣି ଏନ୍‌କାଉଣ୍ଟର, ପୋଲିସ-ମାଓବାଦୀ ମୁହାଁମୁହିଁ

ବୌଦ୍ଧ: ବୌଦ୍ଧ ନଳୀକୁମ୍ଫା ବଲମ୍ ତୁମା ଜଙ୍ଗଲରେ ଏନ୍‌କାଉଣ୍ଟର । ପୋଲିସ – ମାଓବାଦୀଙ୍କ ମଧ୍ୟରେ ହୋଇଛି ଗୁଳିବିନିମୟ । ଏହି ଗୁଳିବିନିମୟରେ ୨ଜଣ ଏସ୍‌ଓଜି ଯବାନ ଗୁରୁତର ହୋଇଥିବା ଜଣାପଡିଛି ।

ଖବର ଅନୁଯାୟୀ , ନଳୀକୁମ୍ପା ବଲମ୍ ତୁମା ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥଲ୍ ସର୍ଚ୍ଚ ଅପରେସନ । ଜଙ୍ଗଲରେ ପୋଲିସଙ୍କ ସର୍ଚ୍ଚ ଅପରେସନ୍ ଦେଖି ମାଓବାଦୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଚାଲିଥିଲା ଗୁଳିବିନିମୟ । ଏହି ଗୁଳିବିନିମୟରେ ୨ ଜଣ ଏସ୍ଓଜି ଯବାନ ଗୁରୁତର ଆହତ ହୋଇଛି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।